www.samajalive.in
Wednesday, December 10, 2025
26.1 C
Bhubaneswar

ବାଙ୍କୀ ୩୪ନଂ ଜିଲ୍ଲାପରିଷଦ ଜୋନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

କଳାପଥର : ବାଙ୍କୀ ନିର୍ବାଚନ ମଣ୍ଡଳିର ୩୪ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ କଳାପଥର,ନୂଆଗାଁ,କାଳିପୋଇ,ଜଗନ୍ନାଥପୁର ,ବଳଭଦ୍ରପୁର ,ବୈଦ୍ୟେଶ୍ୱର,କେନ୍ଦୁପଲ୍ଲୀ ଆଦି ପଞ୍ଚାୟତର ବିଜୁ ଜନତା ଦଳର କର୍ମ୍ମୀ ମାନଙ୍କୁନେଇ ଏକ ଦଳୀୟ ପଦଯାତ୍ରା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ପ୍ରକାର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପଦଯାତ୍ରା କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତାଥିଲା। ଜନ ସାଧାରଣଙ୍କୁ କର୍ମ୍ମୀମାନେ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକ ଭାଷଣ ମାଧ୍ୟମରେ ଜଣାଇଥିଲେ। ବିଭିନ୍ନ ପଞ୍ଚାୟତ ଗସ୍ତପରେ ଏକ ଦଳୀୟ କାର୍ଯ୍ୟକ୍ରମ ବୈଦ୍ୟେଶ୍ୱର ପଞ୍ଚାୟତ ବୈଦ୍ୟନାଥ ପିଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବରେ ସ୍ଥାନୀୟ ବିଧାୟକ ପ୍ରଭାତ ତ୍ରୀପାଠି ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଦେଶ୍ୱର ସରପଞ୍ଚ ଉମ୍ମିଳା ସାହୁ,ପୂର୍ବତନ ସରପଞ୍ଚ ସୁରଞ୍ଜନ ପଣ୍ଡା ,କାଳିପୋଇ ପଞ୍ଚାୟତ ସୁବାସ ସ୍ୱାଇଁ,କଳାପଥର ପଞ୍ଚାୟତ ସରପଞ୍ଚ ଝରିଆ ବେହେରା ,ଜଗନ୍ନାଥପୁର ପୂର୍ବତନ ସରପଞ୍ଚ କାଳନ୍ଦି ସାହୁ,ବଳଭଦ୍ରପୁର ସରପଞ୍ଚ ବିଜନ କୁମାର ସାହୁ ପ୍ରମୁଖ ଶତାଧିକ ଦଳିୟ କର୍ମ୍ମୀ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories