www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ର ପୂର୍ବତନ ବିଧାୟକ ତଥା ରାଜ୍ୟର ଜଣେ ଜଣାଶୁଣା ସାରସ୍ୱତ ସାଧକ ବଂଶୀଧର ସାହୁଙ୍କ ରବିବାର ୭୫ବର୍ଷ ବୟସରେ ପରଲୋକ ଘଟିଛି । ପୂର୍ବରୁ ସେ ମୁତ୍ରାଶୟ ଜନିତ ରୋଗରେ ପୀଡ଼ିତ ଥିଲେ ମଧ୍ୟ ତାଙ୍କର ଦୈନନ୍ଦିନ କାର୍ଯ୍ୟ ସମେତ ବିଭିନ୍ନ ସଭାସମିତିରେ ଯୋଗଦେଇ ଆସୁଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳ ୬ଟା୪୫ମିନିଟର ତାଙ୍କର ପରଲୋକ ଘଟିଥିଲା। ରାଜନୀତି ଅପେକ୍ଷା ସାହିତ୍ୟ ସୃଷ୍ଟିରେ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଥିଲା। ପ୍ରାୟ ୮୦ଖଣ୍ଡ ନାଟକ, ଉପନ୍ୟାସ, ଶିଶୁ ସାହିତ୍ୟ ଏବଂ ଭ୍ରମଣ କାହାଣୀ ସେ ରଚନା କରି ଉତ୍କଳ ଭାରତୀର ସାରସ୍ୱତ ଭଣ୍ଡାରକୁ ସେ ରୁଦ୍ଧିମନ୍ତ କରିଯାଇଛନ୍ତି। ଏଥିପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନିତ କରାଯାଇଛି। ତୃଣମୂଳସ୍ତରରୁ ରାଜନୀତି ଆରମ୍ଭ କରି ସେ ବିଧାୟକ ଭଳି ମର୍ଯ୍ୟାଦାଜନକ ଆସନରେ ଅଧିଷ୍ଠିତ ହୋଇ ନୟାଗଡ଼ ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁ କଲ୍ୟାଣକାରୀ ପଦକ୍ଷେପ ନେଇଥିଲେ। ୧୯୮୦ରୁ ୧୯୮୫ମସିହା ପର୍ଯ୍ୟନ୍ତ ସେ ନୟାଗଡ଼ର ବିଧାୟକ ରହିଥିଲେ। ନୟାଗଡ଼ ଚିନି କାରଖାନା ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାବେଳେ ଜନ୍ମସ୍ଥାନ ଇଟାମାଟିରେ ତାଙ୍କ ଉଦ୍ୟମରେ ଯୁକ୍ତ ଦୁଇ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଏବଂ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ଭଳି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି।
ତାଙ୍କ ମରଶରୀର ଇଟାମାଟିରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ସନ୍ଧ୍ୟାରେ ସ୍ଥାନୀୟ ବଂଶୀଧର ମହାବିଦ୍ୟାଳୟ ପରିସରରେ ତାଙ୍କର ଶେଷଇଚ୍ଛା ସ୍ୱରୂପ ଶବ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ। ତାଙ୍କର ୪ପୁତ୍ର,୨କନ୍ୟା ଓ ପତ୍ନୀ ରହିଛନ୍ତି। ତାଙ୍କ ବିୟୋଗରେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ,ଜିଲା କଂଗ୍ରେସ ସଭାପତି ରଣଜିତ ଦାଶ,ସିପିଏମ୍‍ ନେତା ବିଶ୍ୱନାଥ ମହାପାତ୍ର, ଶିକ୍ଷାବିତ ଅଶୋକ କୁମାର ନାୟକ,ଯୁବ ସାହିତ୍ୟିକ ରାମକୃଷ୍ଣ ରଥ, ହୁସେନ୍‍ ଖାଁ, ବରିଷ୍ଠ ଆଇନ୍‍ଜୀବୀ ଲକ୍ଷ୍ମୀଧର ରାଉତରାୟ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories