www.samajalive.in
Monday, December 8, 2025
27.1 C
Bhubaneswar

‘ତିତ୍‌ଲି’ କ୍ଷତି : ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତିତ୍‍ଲି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ଅବସରରେ ସେ ଏହି ନିର୍ଦେଶ ଦେଇଛନ୍ତି। ପାଞ୍ଚ ଦିନ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବାଳୟରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟ ମରାମତି, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ ଏବଂ କ୍ଷୟକ୍ଷତି ଆକଳନ ଆଦି କାମ ଶୀଘ୍ର ଶେଷ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ବୈଠକରେ ପୂର୍ତ୍ତ ବିଭାଗର ପ୍ରାୟ ସମସ୍ତ ରାସ୍ତା ମରାମତି ସରିଥିବା ବେଳେ ସେହି ରାସ୍ତାଗୁଡ଼ିକ ଯାନବାହନ ଚଳାଚଳ ଉପଯୋଗୀ ହୋଇଥିବା ସୂଚନା ଦିଆଯାଇଥିଲା। ସେହିପରି ଗ୍ରାମ୍ୟ ଉନ୍ନୟନ ରାସ୍ତା, କେନାଲଗୁଡ଼ିକରେ ହୋଇଥିବା ଘାଇ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛିି। ଆସନ୍ତା ୪/୫ ଦିନ ମଧ୍ୟରେ ଏହିସବୁ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି କୁହାଯାଇଥିଲା। ସେହିପରି ରାୟଗଡର କେତେକ ଦୁର୍ଗମ ଅଞ୍ଚଳକୁ ବାଦ ଦେଇ ଅଧିକାଂଶ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ସରିଛି। ଆସନ୍ତା ୪ ଦିନ ମଧ୍ୟରେ ସମସ୍ତ ଗ୍ରାମ ପଞ୍ଚାୟତକୁ ବିଦ୍ୟୁତ ପୁନଃ ସଂଯୋଗ କରାଯିବ ବୋଲି ସୂଚନା ଦିଆଯାଇଛି।
ସେହିପରି ସ୍ୱତନ୍ତ୍ର ରିଲିଫ ବାବଦରେ କ୍ଷତିଗ୍ରସ୍ତ ଲୋକଙ୍କୁ ନଗଦ ୧ହଜାର ଟଙ୍କା, ୫୦କିଲୋ ଚାଉଳ ଓ ଅଢ଼େଇ ଲିଟର କିରାସିନି ଦିଆଯାଉଛି। ବାକି ରିଲିଫ ଟଙ୍କା ସେମାନଙ୍କ ଆକାଉଣ୍ଟରେ ତୁରନ୍ତ ଜମା କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories