ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନବୀନ ନିବାସ ସମ୍ମୁଖରେ ଗଛରେ ଚଢି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ.. ଆତ୍ମହତ୍ୟା ଉଦ୍ୟମ ବେଳେ କାବୁ କଲେ ପୁଲିସ ଓ ଅଗ୍ନଶମ କର୍ମଚାରୀ.. ମହିଳା ଜଣକ ଭଦ୍ରକର ବୋଲି ସୂଚନା.. ଦୀର୍ଘ ୨୩ ବର୍ଷ ଧରି ନ୍ୟାୟ ନପାଇବାରୁ ଏଭଳି ଉଦ୍ୟମ କରିଥିବା କହିଲେ ମହିଳା..

ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ..

କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ..

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ଜଣ ଧଳାଜହର ବେପାରୀ ଗିରଫ ହୋଇଛନ୍ତି.. ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି.. ଅଭିଯୁକ୍ତମାନଙ୍କଠାରୁ ୪ଶହ ଗ୍ରାମ୍‌ ଧଳାଜହର ଜବତ ହୋଇଛି.. ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି..

କାହିଁକି ଆତ୍ମହତ୍ୟା କଲେ ଗୋପ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ?… ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ… ମୋବାଇଲ ଖୋଲିବ ଗୁମର… ଜବତ ଦୁଇ ଫୋନକୁ ଫରେନସିକ୍‌ ଲ୍ୟାବକୁ ପଠାଇଲା ପୁଲିସ… ମୃତ୍ୟୁ ପୂର୍ବରୁ ଫୋନରେ ସବୁ ଭିଡିଓ ରହିଥିବା ନେଇ ସୋସିଆଲ ମିଡିଆରେ ଲେଖିଥିଲେ ଧର୍ମେନ୍ଦ୍ର…

ଆସନ୍ତାକାଲି ପ୍ରକାଶ ପାଇବ CUET-PG ରେଜଲ୍ଟ… ଅପରାହ୍ଣ ସୁଦ୍ଧା ବାହାରିବ ଫଳାଫଳ… ଏନଟିଏ ପକ୍ଷରୁ ପ୍ରକାଶ କରାଯିବ ରେଜଲ୍ଟ…ଏନେଇ ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ ଏମ୍‌.ଜଗଦେଶ କୁମାର…

ମନ୍‌ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ… ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି… କହିଲେ, ସ୍ୱାଧୀନତା ପରେ ଉନ୍ନତ ମାର୍ଗକୁ ଆଣିବାକୁ ଦିନ ଦୟାଲଙ୍କ ରହିଛି ଉଲ୍ଲେଖନୀୟ ଭୂମିକା… ସେପଟେ ଭାରତରେ ଚିତା ଆସିବାକୁ ନେଇ ରଖିଲେ କିଛି ମନରକଥା…

ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କୀତ ଚଢ଼ାଉ… ଘଟଣାସ୍ଥଳରୁ ୨୭ ଜଣଙ୍କୁ ଗିରଫ କଲା ରାଜଗାଙ୍ଗପୁର ପୁଲିସ… ନଗଦ ୧ଲକ୍ଷ ୧୮ ହଜାର ଟଙ୍କା ସହ ଗୋଟିଏ କାର୍‌ ଓ ୧୩ ବାଇକ୍‌ ଜବତ… ୧୯ଟି ମୋବାଇଲ୍‌ ମଧ୍ୟ ଜବତ ହୋଇଥିବା ସୂଚନା ଦେଲା ପୁଲିସ…

ଦେଶରେ ୫ ହଜାର ତଳେ ରହିଛି କରୋନା ଦୈନିକ ସଂକ୍ରମଣ…. ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୪,୭୭୭ ପଜିଟିଭ୍‌… ସୁସ୍ଥ ହେଲେ ଆଉ ୫,୧୯୬ ସଂକ୍ରମିତ…ବର୍ତ୍ତମାନ ଦେଶରେ ୪୩,୯୯୪ ରହିଛି ମୋଟ୍‌ କରୋନା ସକ୍ରିୟ ମାମଲା….

ରାଜ୍ୟରେ ଜାରି ରହିଛି କରୋନା ସଂକ୍ରମଣ…ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୨୧୧ ପଜିଟିଭ୍… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୬ଜଣ ଆକ୍ରାନ୍ତ… ଦିନକରେ କରୋନାରୁ ସୁସ୍ଥ ହେଲେ ୨୦୫ଜଣ… ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ରହିଛି ୧୪୨୧…

କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ?… ପଦକୁ ନେଇ ଆଜି ବସିବ ବୈଠକ… ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦେଶ… କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପୂର୍ବରୁ ଇସ୍ତଫା ଦେଇପାରନ୍ତି ଗେହଲଟ…

ଆତଙ୍କବାଦକୁ ନେଇ ପୁଣି ଗର୍ଜିଲା ଭାରତ… ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେଲେ ବୈଦେଶିକ ବ୍ୟାପାରମନ୍ତ୍ରୀ… କହିଲେ, ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ମାନଙ୍କ ବିରୋଧରେ ନିଆଯାଉ କଠୋର କାର୍ଯ୍ୟାନୁଷ୍ଠାନ… ଶାନ୍ତି ବଜାୟ ରଖିବାକୁ କଲେ ଅପିଲ…

Comments are closed.