www.samajalive.in
Sunday, December 7, 2025
15.1 C
Bhubaneswar

ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ନିକଟରେ ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆତ୍ମହତ୍ୟା ଉଦ୍ୟମବେଳେ ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ୨୩ ବର୍ଷ ଧରି ନ୍ୟାୟ ନ ମିଳିବାରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ଏହି ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବାବେଳେ ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଏହି ମହିଳା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ତାଙ୍କ ଭାଇ ତାଙ୍କୁ ଉଦ୍ଧାର ପାଇଁ ଯାଇଥିବାବେଳେ ସେହି ସମୟରେ ତାଙ୍କ ଭାଇଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏକମାତ୍ର ସାକ୍ଷୀ ଥିବା ଏହି ମହିଳାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ଯେଉଁଥିପାଇଁ ହତ୍ୟା ଅଭିଯୁକ୍ତମାନେ ଏହି ମହିଳାଙ୍କ ସମେତ ଓ ତାଙ୍କ ପରିବାର ଲୋକଙ୍କୁ ନାନା ହଇରାଣ କରିଥିଲେ। ଏହାପରେ ସେ ବାହା ହୋଇ ଶ୍ୱଶୁର ଘରକୁ ଚାଲି ଯାଇଥିଲେ।

ହେଲେ ଭାଇ ହତ୍ୟାକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ବଜ୍ର ଶପଥ ନେଇଥିଲେ।। ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦେବା ପାଇଁ କୋର୍ଟକୁ ଯାଇଥିଲେ। ମାମଲା କୋର୍ଟ ବିଚାର ଚାଲିଥିବା ବେଳେ ଭାଇ ହତ୍ୟାକାରୀମାନେ ତାଙ୍କୁ ମିଛ ମାମଲାରେ ଫସାଇ ଦେଇଥିଲେ। ପୁଲିସ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା। ସେ କୋର୍ଟରୁ ଦୋଷ ମୁକ୍ତ ହୋଇ ଶ୍ୱଶୁର ଘରକୁ ଫେରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ଶ୍ୱଶୁର ଘର ଲୋକ ଗ୍ରହଣ କରିନଥିଲେ। ବରଂ ତାଙ୍କ ଗାଁ ଦାଣ୍ଡରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ତାଙ୍କ ମୁହଁରେ ଚୂନକାଳି ବୋଳି ଦେଇଥିଲେ। ଏନେଇ ସେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଶ୍ୱଶୁର ଘରକୁ ଯାଇପାରୁନଥିବାରୁ ଏହି ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରି ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ନିରାଶ ହୋଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ୱାର ଅଭିଯୋଗ କରିଥିଲେ। ହେଲେ ସେଠାରୁ ବି ନିରାଶ ହୋଇଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଗୁହାରୀ କରିବା ପାଇଁ ନବୀନ ନିବାସ ଆସିଥିଲେ। ଥରେ କି ଦୁଇ ଥର ନୁହେଁ ବହୁବାର ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହିଁଥିଲେ। ମାତ୍ର କମିଶନରେଟ୍‌ ପୁଲିସ୍‌ ତାଙ୍କୁ ଅନୁମତି ଦେଇନଥିଲା। ଥରେ ତାଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରି ଝାରପଡ଼ା ଜେଲ୍‌ ପଠାଇ ଦେଇଥିବା ଏହି ମହିଳା ଅଭିଯୋଗ କରିଛନ୍ତି।

- Advertisement -

ସବୁଆଡୁ ନିରାଶ ହେବା ପରେ ଏହି ମହିଳା ଆଜି ନବୀନ ନିବାସ ନିକଟରେ ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ୍‌ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଥିଲେ। ଗଛରୁ ଓହ୍ଲାଇବା ପରେ ପୁଲିସ ତାଙ୍କୁ ନିରାଶ କରିଥିବାରୁ ଏ ଜୀବନ ରଖିବି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ମହିଳାଙ୍କୁ ଉଦ୍ଧାର ପରେ ଏବେ ଏୟାରପୋର୍ଟ ଥାନାରେ ମହିଳା ଅଟକ ରଖାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories