www.samajalive.in
Tuesday, December 9, 2025
16.1 C
Bhubaneswar

କାନାଡ଼ାରେ ଭାରତୀୟଙ୍କ ପ୍ରତି ବଢ଼ୁଛି ଘୃଣାଭାବ, ସତର୍କ କରାଇଲେ କେନ୍ଦ୍ର ସରକାର

ଡେସ୍କ: କାନାଡ଼ାରେ ଭାରତୀୟଙ୍କ ପ୍ରତି ଘୃଣାଭାବ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ସେଠାରେ ରହୁଥିବା ଭାରତର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସତର୍କ କରାଇଛନ୍ତି। ଏ ନେଇ କେନ୍ଦ୍ର ପକ୍ଷରୁ ମଧ୍ୟ ପରାମର୍ଶ ଜାରି କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ସରକାର କାନାଡ଼ାକୁ ନିବେଦନ କରିଛନ୍ତି। ବିଶେଷ ଭାବେ କାନାଡ଼ାରେ ଭାରତ ବିରୋଧୀ ମନୋଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ହିଂସାର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଆଗାମୀ ଦିନରେ ଏହା ଅଧିକ ଉଗ୍ର ରୂପ ଧାରଣ କରିବା ଆଶଙ୍କା କରି ଭାରତ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

ନୂଆଦିଲ୍ଲୀ ପକ୍ଷରୁ ଏହି ଘଟଣା ଉପରେ ଉଦବେଗ ପ୍ରକାଶ କରାଯାଇଛି। ଭାରତରୁ ଯେଉଁମାନେ କାନାଡାକୁ ଶିକ୍ଷା ଓ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ସେମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥି ସହିତ ଭାରତ କାନାଡ଼ା ସରକାର ଏଭଳି ଘଟଣାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ଘୃଣାଭାବ ବଢୁଥିବା କୁହାଯାଇଛି। ଏଭଳି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କାନାଡାକୁ କହିଛି।

- Advertisement -

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ ଘୃଣାଭାବର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇ ନ ଥିବା ବେଳେ କାନାଡ଼ା ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାନାଡ଼ାରେ ରହୁଥିବା କିଛି ଶିଖ ସଂଗଠନ ଅଲଗା ଖଲିସ୍ଥାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories