www.samajalive.in
Sunday, December 7, 2025
15.1 C
Bhubaneswar

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ଦେବଗଡ଼଼: ଘର ଅଗଣାରେ ଥିବା ପୋଖରୀରେ ବୁଡ଼ି ଜଣେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରିଆମାଳ ଥାନା ତେନ୍ତଳାବାହଳ ଗ୍ରାମ ପଂଚାୟତର ରେଙ୍ଗାଲନାଳୀ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରିଆମାଳ ବ୍ଲକ କୋହ୍ଲବସା ଗ୍ରାମପଂଚାୟତ ଅନ୍ତର୍ଗତ ଅର୍ଜୁନଝରି ଗ୍ରାମର ବସନ୍ତ ସୁହୁଳାଙ୍କ ପତ୍ନୀ ସରୋଜିନୀ ଅସୁସ୍ଥ ବାପାଙ୍କୁ ଦେଖିବା ପାଇଁ ରେଙ୍ଗାଲନାଳୀ ସ୍ଥିତ ବାପଘରକୁ ଆସିଥିଲେ। ମଧ୍ୟାହ୍ନରେ ସେ ଘର ଅଗଣାରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିବା ପରେ ସେ ଝିଅ ଶର୍ମିଲା ସୁହୁଳା(୪) ଘରେ ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜିଥିଲେ। ମାତ୍ର ଶର୍ମିଲାଙ୍କର କୌଣସି ସନ୍ଧାନ ନମିଳିବାରୁ ତାଙ୍କ ମନରେ ପାପ ଛୁଇଁଥିଲା। ପରିବାର ଲୋକଙ୍କ ସହ ସେ ପୋଖରୀକୁ ଯାଇ ଖୋଜିବାରୁ ପାଣି ଭିତରେ ଶର୍ମିଲାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶର୍ମିଲାଙ୍କୁ ତତ୍‍କ୍ଷଣାତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସରୋଜିନୀ ଗାଧୋଇବାକୁ ପୋଖରୀକୁ ଯିବା ବେଳେ ତାଙ୍କ ଅଜାଣତରେ ଶିଶୁ ଶର୍ମିଲା ହୁଏତ ପୋଖରୀକୁ ଯାଇଥିବା ଏବଂ ପାଣିରେ ପଶିବା ବେଳେ ସେ ବୁଡିଯାଇଥିବା ପରିବାର ଲୋକ ଅନୁମାନ କରୁଛନ୍ତି। ଏ ଘଟଣା ପ୍ରଚାରିତ ହେବାପରେ ସମ୍ପୃକ୍ତ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories