ତିତଲି ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଝିଅର ଶବକୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହିଲା ବାପା
ରାୟଗଡ (ଗଜପତି ). – ଗଜପତି ଜିଲା ରାୟଗଡ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ତିତଲ୍ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଏକ ନାବାଳିକାର ମୃତ ଦେହ ମିଳିବା ପରେ ବ୍ୟବଛେଦ ପାଇଁ ବାପା ଝିଅର ଶବକୁ ପ୍ରାୟ ୮ କିଲୋମିଟର କାନ୍ଧରେ ଧରି ବୋହି ଥିବା ଘଟଣା ସାମ୍ନାକୁ ଆସିଛି ।
ତିତିଲ ବାତ୍ୟାରେ ମୁକୁନ୍ଦ ଦୋରାଙ୍କ ୮ ବର୍ଷର ଝିଅ ନିଖୋଜ ହୋଇଯାଇଥିଲା । ବୁଧବାରରେ ଏକ ନାଳରୁ ତାହାର ମୃତ ଦେହ ମିଳିଥିଲା । ଏହାପରେ ଶବକୁ ଡାକ୍ତରଖାନା ନେବା ପାଇଁ କୌଣସି ସାଧନ ଉପଲବ୍ଧ ନ ହେବାରୁ ମୁକୁନ୍ଦ କାନ୍ଧରେ ୮ କିଲୋମିଟର ଝିଅର ଶବକୁ ବୋହି ନେଇଥିଲେ ।
ବିଭିନ୍ନ ବିରୋଧି ଦଳ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ମୁକୁନ୍ଦଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛି ।