www.samajalive.in
Wednesday, December 10, 2025
26.1 C
Bhubaneswar

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗାଡି କିଣିବାକୁ ଗ୍ରାହକ ମିଳିଲେନି !

ଇସଲାମାବାଦ . –  ପାକିସ୍ତାନ ପ୍ରଧାନମନ୍ତ୍ରୀ ନିବାସରେ ଥିବା ଗାଡି ଗୁଡିକୁ କିଣିବା ପାଇଁ ଗ୍ରାହକ ମିଳିଲେନି । ଏଠାରେ ନିଲାମ ହୋଇଥିବା ୪୯ଟି ଗାଡିରୁ ମାତ୍ର ଗୋଟିଏ ଗାଡି ବିକ୍ରି ହୋଇଛି ।  ଦେଶର  ଋଣ ଭାର କମ୍‌ କରିବା ପାଇଁ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍‌  ପ୍ରଧାନମନ୍ତ୍ରୀ ନିବାସରେ ଥିବା ୪୯ଟି ଗାଡି ନିଲାମ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ମାତ୍ର ଏ ଗୁଡିକର ଦର ଅଧିକ ହୋଇଥିବା ଦର୍ଶାଇ କୌଣସି ଗ୍ରାହକ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇ ନଥିବା ଜଣା ପଡିଛି । ଏହି ଗାଡିମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ନିଲାମ କରୁଥିବା  ଅଧିକାରୀମାନେ ପ୍ରକାଶ  କରିଛନ୍ତି । ଏଥିରେ ଅନେକ ବୁଲେଟ ପ୍ରୁଫ୍‌ କାର୍‌ ରହିଛି । ନିଲାମ ପାଇଁ ଆସିଥିବା ୪୯ଟି ଗାଡି ମଧ୍ୟରୁ ମାତ୍ର ଗୋଟିଏ ବିକ୍ରି  ହୋଇଛି ।

- Advertisement -

ଏବେ ପାକିସ୍ତାନର ଅର୍ଥାବସ୍ଥା ଅତି ଦୁର୍ବଳ  ହୋଇ ପଡିଛି । ପାକିସ୍ତାନକୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ଇମ୍ରାନ୍‌ ଖାନ୍‌ ନିଜର ଉଦ୍ୟମ ଜାରି ରଖିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଇମରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ନିବାସରେ ଥିବା ମଇଁଷିମାନଙ୍କୁ ନିଲାମ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏବେ ସେଠାରେ ଥିବା  ଅନେକ ଗାଡିକୁ ବିକ୍ରି  କରିବା ସହ ବିଦେଶରେ ଥିବା ପାକିସ୍ତାନୀମାନଙ୍କୁ ଦେଶକୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ସେ ନିବେଦନ କରିଛନ୍ତି ।

 

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories