www.samajalive.in
Thursday, December 11, 2025
23.1 C
Bhubaneswar

ହିମାଚଳ ପ୍ରଦେଶରେ ହେବ ଦେଶର ପ୍ରଥମ ଟନେଲ୍‌ ରେଳ ଷ୍ଟେସନ

ମନାଲି .- ପର୍ଯ୍ୟଟନ ପାଇଁ  ପ୍ରସିଦ୍ଧ ହିମାଚଳ ପ୍ରଦେଶରେ ଦେଶର ପ୍ରଥମ ଟନେଲ ଭିତରେ ଥିବା ରେଳ ଷ୍ଟେସନ ନିର୍ମାଣ କରାଯିବ ।  ବିଳାସପୁର-ମନାଲି ଓ ଲେହରେ ରେଳ ମାର୍ଗ ମଧ୍ୟରେ ଥିବା କେଲଙ୍ଗରେ ଏହି ଟନେଲ୍‌ ଭିତରେ ଷ୍ଟେସନ ନିର୍ମାଣ କରିବା ପାଇଁ ଭାରତୀୟ ରେଳ ଯୋଜନା କରିଛି । ପରେ ଏହି ରେଳମାର୍ଗରେ  ଅନେକ ଟନେଲ ଭିତରେ ଷ୍ଟେସନ ନିର୍ମାଣ କରାଯିବ ବୋଲି ଉତ୍ତର ରେଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଡିଆର ଗୁପ୍ତା ସୂଚନା ଦେଇଛନ୍ତି ।

ତିନି ହଜାର ମିଟର ଉଚ୍ଚରେ  ଏହି ଟନେଲ ରେଳ ଷ୍ଟେସନ ନିର୍ମାଣ କରାଯିବ । ଚୀନ ଓ ଭାରତର ସୀମା ନିକଟରେ ଏହି ଷ୍ଟେସନ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି । ପୂର୍ବରୁ ଦିଲ୍ଲୀ ଓ ଅନ୍ୟ କେତକ ସହରରେ ଟନେଲ୍ ମଧ୍ୟରେ ମେଟ୍ରୋ ଷ୍ଟେସନ କରାଯାଇଛି । ମାତ୍ର ଦେଶରେ ପ୍ରଥମ ଥର ପାଇଁ ଟନେଲ୍‌ ମଧ୍ୟରେ ରେଳ ଷ୍ଟେସନ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି ।

- Advertisement -

କେଲଙ୍ଗ ମନାଲୀଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଥିବା ବେଳେ ତିଦ୍ଦତ ଓ ଭାରତର ସୀମାଠାରୁ ୧୨୦ କିଲୋମିଟର ଦୂରରେ ରହିଛି ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories