ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସୋମବାର ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ୮୦ ବର୍ଷୀୟ ଅମରିନ୍ଦର ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପ୍ଟେନ ଆରମ୍ଭ କରିଥିବା ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସର ବିଜେପିରେ ବିଲୟ ଘଟିଛି। କ୍ୟାପ୍ଟେନଙ୍କ ଝିଅ ଜୟ ଇନ୍ଦର କୌର, ପୁଅ ରନିନ୍ଦର ସିଂହ, ସହଯୋଗୀ ନେତା ଓ ଅନେକ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।



