www.samajalive.in
Monday, December 8, 2025
27.1 C
Bhubaneswar

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାରଙ୍କ ତତ୍ପରତା, ଗଠନ ହେଲା ମିଳିତ ଟାସ୍କ ଫୋର୍ସ

ଡେସ୍କ: ରାଜ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ଗତ କିଛି ମାସ ହେବ କ୍ରମାଗତ ଭାବେ ହାତୀ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଏ ଦିଗରେ ଆବଶକୀୟ ପଦକ୍ଷେପ ଗ୍ରହଣ କରିବା ଓ ସେଥି ନିମନ୍ତେ ପ୍ରସ୍ତାବ ଦେବା ଲାଗି ରାଜ୍ୟ ସରକାର ମିଳିତ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ମିଳିତ ଟାସ୍କ ଫୋର୍ସ ଗଠନ ପାଇଁ ୫ ଜଣ ଅଧକାରୀଙ୍କୁ ବଦଳି କରି ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଏସିଏଫ ରାମପଦ ଅରବିନ୍ଦ ମିଶ୍ର, ଏସିଏଫ ସାଧନା ବେହେରା, ଫରେଷ୍ଟ ରେଞ୍ଜର ଭାଗ୍ୟଲଷ୍ମୀ ବାରିକ, ଶ୍ରୀଭଶ୍ରୀ ଦାସ ଓ ଜୟନ୍ତ କୁମାର ଦାଶ। ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ୫ ବର୍ଷର ହାତୀ ମୃତ୍ୟୁ ତଥ୍ୟ ରାଜ୍ୟ ସରକାର ଦାଖଲ କରିବା ପରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ ପିସିସିଏଫଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାତୀ ଓ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କଫୋର୍ସ ଗଠନ ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories