www.samajalive.in
Monday, December 8, 2025
27.1 C
Bhubaneswar

ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି

ଡେସ୍କ: ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସେ କହିଛନ୍ତି ଯେ ଆସନ୍ତା ୨୭ରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇ ତାହା ସରକାରଙ୍କ ଅନୁମତି ନିମନ୍ତେ ପଠାଯିବ।

ଏହି ବୈଠକରେ ସେ ଶ୍ରୀମନ୍ଦିରର ସ୍ଥିତି, ମନ୍ଦିରର ସୁରକ୍ଷା, ରକ୍ଷଣାବେକ୍ଷଣା ଓ ଜଗମୋହନ ମରାମତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଖୁବ୍‍ ଶୀଘ୍ର ସେ ହାଇକୋର୍ଟଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ଶ୍ରୀ ମହାନ୍ତି ଗତକାଲି କୋଣାର୍କ ଗସ୍ତରେ ଯାଇ ସୂର୍ଯ୍ୟମନ୍ଦିରର ସ୍ଥିତି ପରଖିଥିଲେ। ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ହେଉଥିବା ସଂରକ୍ଷଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ଗର୍ଭଗୃହରୁ ବାଲି କାଢିବା ପାଇଁ ନିର୍ମିତ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ମଧ୍ୟ ଦେଖିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories