www.samajalive.in
Thursday, December 11, 2025
26.1 C
Bhubaneswar

ଦୌଡରାଣୀ ଜୟନ୍ତୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ସୁଆଣ୍ଡୋ : ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାରେ ଚାରିଶହ ମିଟର ଦୌଡରେ ରୌପ୍ୟପଦକ ବିଜେତା ଜୟନ୍ତୀ ବେହେରାଙ୍କୁ ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ପୁରୀ ଜିଲା ସତ୍ୟବାଦୀ ଗୁରୁକୂଳ ଆଥଲେଟିକ୍ସର ଛାତ୍ରୀ ଜୟନ୍ତୀଙ୍କୁ ତାଙ୍କ ସହପାଠୀ ତଥା ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବୁଧବାର ଅପରାହ୍ନରେ ବସଷ୍ଟାଣ୍ଡ ସ୍ଥିତ ଓଭରବ୍ରିଜ୍ ନିକଟରୁ ଶୋଭାଯାତ୍ରାରେ ଜୟନ୍ତୀ ସାକ୍ଷୀଗୋପାଳ ମନ୍ଦିରକୁ ଯାଇଥିଲେ । ଠାକୁରଙ୍କୁ ପୂଜାଅର୍ଚ୍ଚନା କରି ଫେରିବା ପରେ ମନ୍ଦିର ଆଗରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୂଚନାଯୋଗ୍ୟ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାରେ ଚାରିଶହ ମିଟର ଦୌଡ଼ରେ ରୌପ୍ୟପଦକ ଜିତିଛନ୍ତି। ପୂର୍ବରୁ ଜୟନ୍ତୀ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେଠାରେ ମାତ୍ର ୫୯.୭୧ ସେକେଣ୍ଡରେ ଚାରିଶହ ମିଟର ଅତିକ୍ରମ କରିଥିଲେ । ଭାରତର ପ୍ରଥମ ମହିଳା ଭାବେ ଜୟନ୍ତୀ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି। ଅଲିମ୍ପିକ ବିଜେତା ଲି ଲୁ ଙ୍କ ସହ ଏଥିରେ ଦୌଡିବା ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ନିଜକୁ ଗୌରବାନ୍ୱିତ ମନେ କରନ୍ତି ବୋଲି କହିଛନ୍ତି । ପ୍ରଭୁ ଜଗନ୍ନାଥ ଗୁରୁ ବିଷ୍ଣୁ ସାର ପିତାମାତା ଓ ଓଡିଶା ଜନସାଧାରଣଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହନ୍ତି ।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories