www.samajalive.in
Thursday, December 11, 2025
26.1 C
Bhubaneswar

୧୦୦ଟି ବଡ଼ ବ୍ୟାଙ୍କ ଠକେଇ ମାମଲାର ସମୀକ୍ଷା ଓ ବିଶ୍ଳେଷଣ କଲେ ସିଭିସି

ନୂଆଦିଲ୍ଲୀ : ଦେଶରେ ଗତବର୍ଷ ସୁଦ୍ଧା ହୋଇଥିବା ୧୦୦ଟି ବଡ଼ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରାଯାଇ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯିବା ସହିତ ଋଣ ଆଦାୟ ଦିଗରେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଡକ୍ଟର ଟି.ଏମ୍‍. ଭସିନ୍‍ କହିଛନ୍ତି। ୧୦୦ଟି ବଡ଼ ବ୍ୟାଙ୍କ ଠକେଇ ସଂକ୍ରାନ୍ତରେ ସେ ସମୀକ୍ଷା ଓ ବିଶ୍ଳେଷଣ କରିଛନ୍ତି। ଏହି ସମୀକ୍ଷା ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇ ଡକ୍ଟର ଭାସିନ୍‍ କହିଛନ୍ତି ଗହଣା ଓ ମୁକ୍ତା ପଥର,ବିନିର୍ମାଣ, କୃଷିକ୍ଷେତ୍ର, ବିମାନ ଚଳାଚଳ, ସେବା, ବାଣିଜ୍ୟ କ୍ଷେତ୍ର, ଆଇଟି କ୍ଷେତ୍ର, ରପ୍ତାନୀ, ଫିକ୍ସଡ୍‍ ଡିପୋଜିଟ୍‍ ଏବଂ ଡିମାଣ୍ଡ୍‍ ଲୋନ୍‍ ଆଦି ୧୩ଟି କ୍ଷେତ୍ର ଉପରେ ଏହି ସମୀକ୍ଷା କରାଯାଇଛି। ଗୋପନୀୟତା ରକ୍ଷା କରିବା ପାଇଁ ଋଣ ଗ୍ରହୀତାମାନଙ୍କ ନାମ ଓ ବ୍ୟାଙ୍କଗୁଡ଼ିକର ନାମ ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ। ତେବେ ଏ କ୍ଷେତ୍ରରେ ତଦନ୍ତ କରାଯାଇ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ଋଣ ଆଦାୟ ଦିଗରେ ପଦକ୍ଷେପ ନେବା ପାଇଁ ରିପୋର୍ଟରେ ସୁପାରିଶ୍‍ କରାଯାଇଛି ବୋଲି ସେ କହିଛନ୍ତି। ଋଣ ଦିଆଯାଇଥିବା ପ୍ରଣାଳୀକୁ ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଇ ଥିବାବେଳେ ସେଥିରେ ବିଭିନ୍ନ ତ୍ରୁଟି ଥିବାର ପରିଲକ୍ଷିତ ହୋଇଛି ଡକ୍ଟର ଭାସିନ୍‍ କହିଛନ୍ତି। ଭବିଷ୍ୟତରେ ଏଭଳି ଠକେଇର ପୁନରାବୃତ୍ତିକୁ ରୋକିବା ଲକ୍ଷ୍ୟରେ କମିଶନ ଦ୍ୱାରା ଏହି ବିଶ୍ଳେଷଣାତ୍ମକ ଅଧ୍ୟୟନ କରାଯାଇଥିଲା। ଅନ୍ୟପକ୍ଷରେ ଭିଜିଲାନ୍ସ କମିଶନ ପକ୍ଷରୁ ଦିଆଯାଇଥିବା ମତାମତ ଅତ୍ୟନ୍ତ ଉପଯୋଗୀ ଏବଂ ବ୍ୟାଙ୍କ୍‍ଗୁଡ଼ିକରେ ଏଭଳି ବିପଦକୁ ପର୍ଯ୍ୟାୟକ୍ରମେ ଦୂର କରିବାପାଇଁ ଏହି ସୁପାରିସକୁ ବ୍ୟବହାର କରାଯିବ ବୋଲି ରିଜର୍ଭ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories