www.samajalive.in
Wednesday, December 10, 2025
18.1 C
Bhubaneswar

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କଲେ ଜିଲାପାଳ ଓ ଅଧ୍ୟକ୍ଷ

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହିତ ଏ ସଂପର୍କରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂକଳ ପ୍ରକଳ୍ପ ଓ ପ୍ରସ୍ତାବିତ ପ୍ରକଳ୍ପ ସବୁ ବୁଲି ଦେଖିଥିଲେ। ସହରର ବାପୁଜୀନଗର ଶଙ୍ଖଚୂଡ ପୋଖରୀ ଓ ରାଜନପାଲି ଘାସି ମେହେର ପୋଖରୀର ଉନ୍ନତିକରଣ କାର୍ଯ୍ୟ ଓ ଐତିହାସିକ ରାମେଶ୍ୱର ମନ୍ଦିର ସମ୍ମୁଖରେ ନିର୍ମାଣାଧିନ ରାମେଶ୍ୱର ଉଦ୍ୟାନ ବୁଲି ଦେଖିବା ସହିତ ଜିଲ୍ଲାପାଳ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ମହାନଦୀରେ ପ୍ରସ୍ତାବିତ ଶ୍ମସାନଘାଟ ନିର୍ମାଣ, ବାଇପାଶ ରାସ୍ତାରେ ଜଗଦିଶପୁର ଛକର ଉନ୍ନତିକରଣ, ନୂତନ ପ୍ରସ୍ତାବିତ ବସଷ୍ଟାଣ୍ଡ ଓ ଟ୍ରକ ଟର୍ମିନାଲ, ପଶ୍ଚିମା ଭବନ, ମହାନଦୀରେ ସହରର ଉପରମୁଣ୍ଡ ମୁରୁଷୁଣ୍ଢି ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ପାଇଁ ଆଡିବନ୍ଧ ନିର୍ମାଣ, ମହାନଦୀ ବ୍ରିଜଛକରେ ଭେଣ୍ଡିଂଜୋନ ଓ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଓ ପୁରୁଣାବ୍ଲକ ଛକଠାରେ ପ୍ରସ୍ତାବତ ଭେଣ୍ଡିଂଜୋନ ନିର୍ମାଣ ଏବଂ କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ପାଇଁ ଉତ୍ତମ ବାସଗୃହ ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ବିଭିନ୍ନ ପରାମର୍ଶ ଦେଇଥିଲେ। ସମୁଦାୟ ୧୪ଟି ପ୍ରକଳ୍ପ ବୁଲିଦେଖିବା ପରେ ସହରର ବିକାଶ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ପାଇଁ ଅର୍ଥର ଅଭାବ ରହିବନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସବୁର ନିର୍ମାଣ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories