www.samajalive.in
Saturday, December 6, 2025
16.1 C
Bhubaneswar

ଦାଦନ ଚାଲାଣ ; ୨ ଶ୍ରମିକ ସର୍ଦ୍ଦାର ଗିରଫ, ୨୨ଜଣଙ୍କ ସହ ୮ ଶିଶୁ ଉଦ୍ଧାର

ପାଟଣାଗଡ :ବଲାଙ୍ଗିର ଜିଲା ଖପ୍ରାଖୋଲ, ପାଟଣାଗଡ, ବେଲପଡ଼ା, ମୁରିବାହାଲ, ଟିଟିଲାଗଡ, ବଙ୍ଗୋମୁଣ୍ଡା ଭଳି ବିଭିନ୍ନ ବ୍ଲକରୁ ଶହ ଶହ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିଯିବା ପାଇଁ ସଜବାଜ ହେଲେଣି। ଏହିକ୍ରମରେ ବଲାଙ୍ଗିର ଜିଲା ଲାଠୋର ପୁଲିସ ଶ୍ରମିକ ଚାଲାଣକାରୀ ସର୍ଦ୍ଦାର ୨ଜଣଙ୍କୁ ଗିରଫ କରିଛି। ୨୨ଜଣ ପୁରୁଷ ଓ ମହିଳାଙ୍କ ସହ ୮ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ବେଲପଡ଼ା ଥାନା କୁମ୍ଭାରଖୁନ ଗାଁର କାର୍ତ୍ତିକ ଧରୁଆ। ରାଜ୍ୟ ବାହାରକୁ ଚାଲାଣ ପାଇଁ ୧୬ଜଣ ଲୋକ ଓ ୫ଜଣ ଶିଶୁଙ୍କୁ ଆଣି ବୁଧୁବାର ସକାଳେ ଖପ୍ରାଖୋଲ ବ୍ଲକ ଲାଠୋର ବସଷ୍ଟାଣ୍ଡରେ କାର୍ତ୍ତିକ ରଖିଥିବା ଲାଠୋର ଥାନା ଏସ୍ଆଇ ଦେବାର୍ଚ୍ଚନ ମିର୍ଦ୍ଧା ଜାଣିବାକୁ ପାଇଥିଲେ। ସଦଳବଳ ଚଢଉ କରି ଚାଲାଣ ହେବାକୁ ଥିବା ଶ୍ରମିକ ଓ ସର୍ଦ୍ଦାର କାର୍ତ୍ତିକକୁ ଥାନାକୁ ଆଣିଥିଲେ। ଉଦ୍ଧାର ଲୋକ ଓ ଶିଶୁଙ୍କୁ ଗାଁକୁ ପୁଲିସ ସହାୟତାରେ ପଠାଯାଇଥିଲା। ଏନେଇ ଲାଠୋର ଥାନାରେ ୧୦୨ ନମ୍ବର ମାମଲା ରୁଜୁ କରାଯାଇ ସର୍ଦ୍ଦାରକୁ ଗିରଫ କରାଯାଇଛି। ସେହିପରି ଲାଠୋର ଥାନା ଏଏସ୍ଆଇ ପ୍ରଫୁଲ୍ଲ କିଶାନ ଖପ୍ରାଖୋଲ ତେଲନପାଲି ଗାଁର ଦେବାନନ୍ଦ ମାଝୀ ୬ଜଣ ଲୋକ ଓ ୩ ଶିଶୁଙ୍କୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଲାଠୋର କଲେଜ ଛକରେ ଅପେକ୍ଷା କରିଥିବା ଜାଣିବାକୁ ପାଇଥିଲେ। କଲେଜ ଛକରୁ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାର ଦେବାନନ୍ଦଙ୍କ ୧୦୩ ନମ୍ବର ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ଉଭୟ କାର୍ତ୍ତିକ ଓ ଦେବାନନ୍ଦଙ୍କ ଜାମିନ ନାମଞ୍ଜୁର ହୋଇଛି ଓ ସେମାନେ ଜେଲ୍ ଯାଇଥିବା ଜଣାପଡିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories