www.samajalive.in
Monday, December 8, 2025
27.1 C
Bhubaneswar

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୮ ଜୀବନ୍ତ ଦଗ୍ଧ, ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ଇ-ସ୍କୁଟର ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗି ଏପରି ହୋଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଥମ ମହଲାରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜିଂ ୟୁନିଟରେ ନିଆଁ ଲାଗିଯାଇଥିଲା । ପରେ ପରେ ପ୍ରଥମ ଏବଂ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପିଥିଲା ।

ଦ୍ୱିତୀୟ ମହଲାରେ ହୋଟେଲ ଥିବାରୁ ଏପରି ବଡ଼ଧରଣର ଅଘଟଣ ଘଟିଛି । ହୋଟେଲରେ ଥିବା ପାଖାପାଖି ୨୩ଟି କୋଠରିକୁ ଧୂଆଁ ବ୍ୟପିଯାଇଥିଲା । ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିକାଣ୍ଡକୁ ନେଇ ହାଇଦ୍ରାବାଦ ପୁଲିସ କମିଶନର ସି.ଭି ଆନନ୍ଦ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଶୋଇଥିବା କିଛି ଲୋକ ପ୍ରବଳ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ମାନଙ୍କୁ ଉଦ୍ଧାର କରାଯାଉ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ଆହତମାନଙ୍କ ପାଇଁ ମଧ୍ୟ ୫୦ହଜାର ଟଙ୍କା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ତିନି ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ତେଲେଙ୍ଗାନା ଆଇଟି ଏବଂ ଶିଳ୍ପ ମନ୍ତ୍ରୀ କେ.ଟି ରାମା ରାଓ କହିଛନ୍ତି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories