www.samajalive.in
Saturday, December 6, 2025
26.1 C
Bhubaneswar

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ

ମୁଖୀଗୁଡା : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଡୁଙ୍ଗୁରିପଡା ନିକଟରେ ଭୁଶୁଡ଼ିଯିବା ଯୋଗୁଁ ଡୁଙ୍ଗୁରିପଡାର ତିନୋଟି ଘରେ ପାଣି ପଶିବା ସହ ଚାଷୀଙ୍କ ଜମି ବାଲିଚର ହୋଇଥିବା ଜଣାପଡ଼ିଛି । ଗତ ରାତି ପ୍ର।ୟ ୧୨ଟା ବେଳେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପଡ଼ା ଆରଡ଼ି ୮୪୩୦ମିଟର ନିକଟରେ ଭୁଶୁଡ଼ି ପଡିବା ଯୋଗୁଁ ପ୍ରାୟ ୧୦ମିଟର ଘାଇ ସୃଷ୍ଟି ହୋଇଛି ।ଗତ କାଲି ମଙ୍ଗଳପୁର ହାତୀ ବ୍ୟାରେଜ ରୁ ଇନ୍ଦ୍ରାବତୀ ବାମ କେନାଲରେ ୫୯କ୍ୟୁସେକ୍ସ ପାଣି ଛଡାଯାଇଥିଲା । ରାତି ପ୍ର।ୟ୧୨ଟା ବେଳେ ଆରଡ଼ି ୮୪୩୦ମିଟରରେ ଭୁଶୁଡ଼ି ୧୦ମିଟର ଘାଇ ସୃଷ୍ଟି ହୋଇ ଥିଲା ।ରାତି ୩ଟା ବେଳେ କେନାଲ କର୍ତ୍ତୃପକ୍ଷ ମଙ୍ଗଳପୁର ହାତୀ ବ୍ୟାରେଜ ଗେଟ ବନ୍ଦ କରି ଦେଇ ଦେଇଥିଲେ । ଡୁଙ୍ଗୁରିପଡାର ମଧୁସୂଦନ ଠାକୁର, ସୋମନାଥ ଠାକୁର ,ସୁଦର୍ଶନ ଠାକୁରଙ୍କ ଘରେ ପାଣି ପଶିଯାଇଥିଲା । ସେହିପରି ୨ଜଣ ଚାଷୀଙ୍କ ୩ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଜମିରେ ପାଣି କମିବା ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇପାରିବ ବୋଲି ବଡକରଲାକୋଟ ଆରଆଇ ପ୍ରକାଶ କରିଛନ୍ତି । କେନାଲ ଭାଙ୍ଗିବା ସ୍ଥାନରେ ଦୀର୍ଘ ଦିନରୁ ପାଣି ଲିକ ହୋଉଥିଲା ହେଲେ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମଙ୍ଗଳପୁର ଏସଡିଓ ରଘୁନାଥ ମୁଣ୍ଡା ଏବଂ ଏସଇ ସ୍ଥିତି ଅନୁଧ୍ୟାନ କରିବା ସହ ଘାଇ ମରାମତି କାର୍ୟ୍ୟ ଆରମ୍ଭ କରାଯାଉଛି । ଗତ ୩ତାରିଖରେ ଇନ୍ଦ୍ରାବତୀ ବାମକେନାଲ ଧର୍ମଗଡ଼ ବଗାଡ଼ ନିକଟରେ ଭୁଶୁଡ଼ିଥିଲା ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories