ନେମାଳରେ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା
ନେମାଳ: ଆଜି ନେମାଳ ବଙ୍ଗାଳୀ ସାହିରେ ଜଗତ ଜନନୀ ଦେବୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟୁଷରୁ ବୈଷ୍ଣବୀୟ ପରମ୍ପରା ଅନୁସାରେ ମା’ଙ୍କର ଜଳାଧିବାସ ପ୍ରାତଃ ୬ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଏକ ଶୋଭାଯାତ୍ରାରେ ଚିତ୍ରୋତ୍ପଳା ନଦୀ ବଟଗଡା କୂଳରୂ ଜଳାଧିବାସ କାର୍ଯ୍ୟ କରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ । ପରେ ଶ୍ରୀ ଶ୍ରୀ ଦୁର୍ଗା ଦେବୀଙ୍କ ନବପତ୍ରିକା ପ୍ରବେଶ ଓ ନବନିର୍ମିତ ଘଟକୁ ନ୍ୟାସ କରାଯାଇ ଚକ୍ଷୁଦାନ କାର୍ଯ୍ୟ ସମାପନ ପରେ ସମୂହ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମା’ଙ୍କ ସାନ୍ନିଧ୍ୟ ଲାଭ କରି ପଣା ଲାଗି କରିଥିଲେ ।
ସୂଚନାଯୋଗ୍ୟ ଅନୁଯାୟୀ, ବୁଧବାର ମା’ଙ୍କ ନିତ୍ୟ ସ୍ନାନ ପ୍ରାତଃ ୩ ଘଟିକା ସମୟରେ ମହାଷ୍ଟମୀ ପୂଜା କରାଯାଇ ପ୍ରାତଃ ୭ .୩୦ମି ସମୟରେ ତାରିଣୀ ବ୍ରତ ଓ ପ୍ରାତଃ ୮.୪୫ମି ରେ ସନ୍ଧି ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।