www.samajalive.in
Tuesday, December 9, 2025
16.1 C
Bhubaneswar

ତିତ୍‍ଲି ମୁକାବିଲାରେ ସରକାର ବିଫଳ : ୟେଚୁରୀ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନେଇ ଓଡ଼ିଶା ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କେବଳ ଲୋକ ଦେଖାଣିଆ। କେରଳ ବନ୍ୟା ପରେ ସ୍ଥିତି ସୁଧାରିବା ପାଇଁ ସେଠାକାର ସରକାର ସୁଚିନ୍ତିତ ପଦକ୍ଷେପ ନେଉଥିବାବେଳେ ତିତ୍‍ଲିରେ କ୍ଷତିଗ୍ରସ୍ତ ଓଡ଼ିଶାର ୩ଟି ଜିଲାରେ ସଫଳତାର ସହ ରିଲିଫ୍‍ ଓ ଉଦ୍ଧାର ଦାୟିତ୍ୱ ତୁଲାଇ ପାରିନାହାନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଥିଲେ ଆଜି ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇନଥାନ୍ତା ବୋଲି ସିପିଆଇଏମ୍‍ର ବରିଷ୍ଠ ପଲିଟିବ୍ୟୁରୋ ସଦସ୍ୟ ସୀତାରାମ ୟେଚୁରୀ କହିଛନ୍ତି।
ସୋମବାର ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସି ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ୟେଚୁରୀ କହିଥିଲେ ଯେ ତିତ୍‍ଲିର ସମ୍ଭାବ୍ୟ ପ୍ରଭାବକୁ ନେଇ ବହୁ ପୂର୍ବରୁ ସରକାରଙ୍କ ନିକଟରେ ସୂଚନା ଥିବାସତ୍ତ୍ବେ ଏହାର ମୁକାବିଲା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହେଲେ। ସେଥିପାଇଁ ମୃତାହତଙ୍କ ସଂଖ୍ୟା ଲୁଚାଉଛନ୍ତି ଓଡ଼ିଶା ସରକାର। ବାସ୍ତବତା ହେଉଛି ଏହି ଝଡ଼ରେ ପାଖାପାଖି ୫୦ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। କେବଳ ତିନିଟି ଜିଲାରେ ୨୫ ହଜାର ବାସଗୃହ ଭାଙ୍ଗିଛି। ଓଡ଼ିଶାରେ ବିଜେଡି ଶାସନ ଦିନକୁ ଦିନ ଦୁର୍ବଳ ହୋଇ ଚାଲିଥିବା ବେଳେ ବିଜେପି ଏଥିପ୍ରତି ଭିତିରି ସମର୍ଥନ ଜଣାଇ ଚାଲିଛି। ପରଦା ପଛରେ ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି।
ଓଡ଼ିଶାରେ ଚିଟ୍‍ଫଣ୍ଡ ଠକେଇର ଶିକାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ଜମାକାରୀଙ୍କ ଟଙ୍କା କିପରି ଫେରସ୍ତ ଆସିବ ସେଥିପାଇଁ ସରକାରଙ୍କ ତିଳେମାତ୍ର ଚିନ୍ତା ନାହିଁ। କେବଳ ତଦନ୍ତ ନାମରେ ସମୟ ଗଡ଼ାଇ ଚାଲିଛନ୍ତି। ଓଡ଼ିଶାରେ ଲକ୍ଷାଧିକ ଯୁବକ ଯୁବତୀ କାମଧନ୍ଦା ନପାଇ ବସିଥିବାବେଳେ ନିଜର ଦଳର ଫାଇଦା ପାଇଁ ବିଜୁ ଯୁବ ବାହିନୀ ଗଠନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯୁବ ବାହିନୀ ପାଇଁ ୪୫୦ କୋଟି ଟଙ୍କାର କର୍ପସ ଫଣ୍ଡ ପାଇଁ ଅର୍ଥ ଅଛି, କିନ୍ତୁ ଚିଟଫଣ୍ଡ ଜମାକାରୀଙ୍କୁ ଦେବା ପାଇଁ ଟଙ୍କାଟିଏ ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ୟେଚୁରୀ କଟାକ୍ଷ କରିଥିଲେ। ନିର୍ବାଚନ ସମ୍ପର୍କରେ ସେ କହିଥିଲେ ଯେ କଂଗ୍ରେସ୍‍, ବିଜେପି କିମ୍ବା ବିଜେଡି ସହ ତାଙ୍କ ଦଳ କୌଣସି ପ୍ରକାର ବୁଝାମଣା କରିବ ନାହିଁ କିମ୍ବା ସମର୍ଥନ ଦେବ ନାହିଁ। ଆଗାମୀ ନିର୍ବାଚନରେ ଦଳ କେବଳ ଭୁବନେଶ୍ୱରରୁ ଲୋକସଭା ପାଇଁ ପ୍ରାର୍ଥୀ ଦେବ। ବିଧାନସଭା ପାଇଁ ପ୍ରାର୍ଥୀଙ୍କ ଲୋକପ୍ରିୟତାକୁ ଆଧାର କରି ଟିକଟ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।
ସେ କହିଥିଲେ ଯେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ଦିନ ଠାରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇ ଚାଲିଛି। ତୈଳଦର ବୃଦ୍ଧି ସହ ଖାଉଟି ସାମଗ୍ରୀ ମହଙ୍ଗା ହୋଇଛି। ଏନଡିଏ ସରକାର ଆସିବା ପୂର୍ବରୁ ଦେଶରେ କୃଷି ଅଭିବୃଦ୍ଧି ହାର ୫.୨% ଥିବା ବେଳେ ଗତ ୪ବର୍ଷରେ ଏହା ୨.୫%କୁ ଖସିଛି।
ସେହିପରି ୨୦୧୩-୧୪ରେ କୃଷି ଉତ୍ପାଦନ ୧୧ ଫଏଣ୍ଟ ଥିବା ବେଳେ ବର୍ତ୍ତମାନ ଏହା ଶୂନରୁ ୪ ପଏଣ୍ଟ ତଳେ ରହିଛି ବୋଲି ଶ୍ରୀ ୟେଚୁରୀ ସମାଲୋଚନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories