www.samajalive.in
Monday, December 8, 2025
13.1 C
Bhubaneswar

ତୈଳିକ ବୈଶ୍ୟ ସମାଜ ତାଲୁକାର ବନ୍ଧୁ ମିଳନ

ମୋହନା: ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବାଇଶି ତାଲୁକା ଖାଡୀ ତେଲି ସମାଜର ବନ୍ଧୁ ମିଳନ ମହାସଭାର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମସ୍ତ ତାଲୁକାର ସଭାପତିଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ମହାସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ସମସ୍ତ ସଭ୍ୟ ଠାକୁରଙ୍କୁ ଆବାହନ କରି ସହର ପରିକ୍ରମା କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରିଥିଲେ । ବୈଠକରେ ସମାଜର ଉନ୍ନତି ନିମନ୍ତେ ଆଲୋଚନା କରିବା ସହ ଯୌତୁକ ବିରୋଧୀ ଆଇନ ଆଣିବା ସହ ଜାତିର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ ।

ଏହାସହ ନୂତନ ଭାବେ ମୋହନାକୁ ଏକ ମୁଠା ଭାବେ ଘୋଷଣା କରିଥିଲେ । ଏହି ମୁଠାର ପରିଚାଳନା ପାଇଁ ଏକ କମିଟି ଗଠନ କରି ମୋହନାର ବିଶିଷ୍ଟ ବ୍ୟବସାୟୀ ମନୋଜ କୁମାର ସାହୁଙ୍କୁ ସଭାପତି, ଉମା ଶଙ୍କର ସାହୁ ଉପ-ସଭାପତି, ସମ୍ପାଦକ ଭାବେ ଶିବରାମ ସାହୁଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ତତ୍‌ ସଙ୍ଗେସଙ୍ଗେ ଜାତିର କେତେକ ବ୍ୟକ୍ତି ବିଭିନ୍ନ ବର୍ଗରେ ଆଗକୁ ଆସିଥିବାରୁ ସେମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟା ମୋହନା ଗ୍ରାମର ବୟୋଜ୍ୟେଷ୍ଠ ସ୍ବର୍ଗତ ନକୁଳ କୁମାର ସାହୁ ଏବଂ ସ୍ବର୍ଗତ ହେମଲତା ସାହୁଙ୍କ ବିୟୋଗ ହୋଇଥିବାରୁ ବୈଠକ ଆରମ୍ଭରେ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ।

- Advertisement -

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories