www.samajalive.in
Tuesday, December 9, 2025
17.1 C
Bhubaneswar

ଅରୁଣାଚଳରେ ୧ କିଲୋମିଟର ଭିତରକୁ ପଶି ଆସିଲେ ଚୀନ୍‍ ସୈନ୍ୟ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶରେ ପ୍ରକୃତ ନିୟନ୍ତ୍ରଣା ରେଖା (ଏଲ୍‍ଏସି) ଅତିକ୍ରମ କରି ଚୀନ୍‍ ସୈନ୍ୟମାନେ ଭାରତୀୟ କ୍ଷେତ୍ରର ପ୍ରାୟ ୧ କିଲୋମିଟର ଭିତରକୁ ପଶି ଆସିଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଚୀନ ସୈନ୍ୟମାନେ ଏଭଳି କାଣ୍ଡ ଭିଆଇଥିଲେ। ଭାରତୀୟ ଯବାନଙ୍କ ବିରୋଧ ଓ ପ୍ରତିରୋଧ ପରେ ଚୀନ ସୈନ୍ୟମାନେ ନିଜ ସୀମାକୁ ଫେରିଯାଇଛନ୍ତି। ଉଲ୍ଲେଖ ଯେ ପୂର୍ବରୁ ୨୦୧୭ ଜୁନ୍‍ ୧୬ରେ ସିକ୍କିମର ଡୋକଲାମଠାରେ ଭାରତ ଓ ଚୀନ୍‍ ସୈନ୍ୟ କ୍ରମାଗତ ୭୩ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ କୂଟନୈତିକସ୍ତରରେ ଆଲୋଚନା ଦ୍ୱାରା ଏହି ବିବାଦର ସମାଧାନ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ଚୀନ୍‍ ସୈନ୍ୟମାନେ ୧୦ ଦିନ ପୂର୍ବେ ଅରୁଣାଚଳ ଅନ୍ତର୍ଗତ ଦିବାଙ୍ଗ ଉପତ୍ୟକାର ୧୦୦୦ ମିଟର (ଏକ କିଲୋମିଟର) ଭିତରକୁ ପ୍ରବେଶ କରିଥିଲେ। ଭାରତୀୟ ସେନା ସେମାନଙ୍କୁ ସେମାନଙ୍କ ଅବସ୍ଥିତି ବିଷୟରେ ଅବଗତ କରିବା ପରେ ଚୀନ୍‍ ସୈନ୍ୟ ଫେରିଯାଇଥିଲେ। ଏହି ଘଟଣାକୁ ନେଇ କୌଣସି ତୁମ୍ବିତୋଫାନ ହୋଇନାହିଁ। ଉଭୟ ପକ୍ଷ ଆପୋଷ ବୁଝାମଣା ଭିତ୍ତିରେ ଏହାର ସମାଧାନ କରିଛନ୍ତି। ଦୁଇ ଜଣ ପୂର୍ବତନ ସାମରିକ ଅଧିକାରୀ ପରାମର୍ଶ ଦେଇଛନ୍ତି ଯେ ଉକ୍ତ ସ୍ଥାନରେ ଚୀନର ଗତିବିଧି ଯାହା ସେଥିରୁ ଆଗାମୀ ଦିନରେ ପୁନଃ ଡୋକଲାମ ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଉକ୍ତ ସୀମାନ୍ତ ଅଞ୍ଚଳରେ ନିଜର ଭିତ୍ତିଭୂମି ବିକାଶ କରିବା ଆବଶ୍ୟକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories