www.samajalive.in
Monday, December 8, 2025
27.1 C
Bhubaneswar

ମୃତ୍ୟୁ ମୁଖରୁ ବର୍ତ୍ତିଲେ ଯୁବକ

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଗାଧେଇବାର ମଜ୍ଜା ନେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଯୁବକକୁ ବେଳାଭୂମିରେ ନିୟୋଜିତ ରହିଥିବା ଗୃହରକ୍ଷୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଯୁବକ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।  ଅପରାହ୍ନରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତ ଗ୍ରାମର ରଞ୍ଜିତ ସାହୁ କିଛି ସାଙ୍ଗ ମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ଏହି ସମୟରେ ଅନ୍ୟ ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନକ ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ବେଳାଭୂମିରେ ଗୃହରକ୍ଷୀ ତଥା ଲାଇଫ ଗାର୍ଡ ଜି .ଚିଟିବାବୁ ତୁରନ୍ତ ସମୁଦ୍ର ମଧ୍ୟକୁ ଲମ୍ଫ ମାରି ରଞ୍ଜିତକୁ ଉଦ୍ଧାର କରିଥିଲେ। ରଞ୍ଜିତକୁ ପ୍ରାଥମିକ ଚିକିତ୍ସା ପରେ ଛାଡି  ଦିଆଯାଇଥିଲା।
ସୂଚନା ଯୋଗ୍ୟ ଯେ ଗତ ୨୦୦୯ ପରଠାରୁ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ମତ୍ସ୍ୟଜୀବି ଯୁବକମାନଙ୍କୁ ନିୟୋଜିତ କରାଯାଇଥିଲା। ଯାହାଫଳରେ ଏହା ମଧ୍ୟରେ ରଞ୍ଜିତକୁ ଉଦ୍ଧାର କରିବା ପରେ ଏହି ସଂଖ୍ୟା ୧୮୮ କୁ ବଢି ଥିବା ବେଳେ ଏହା ମଧ୍ୟରେ ୧୯ ଜଣ ସମୁଦ୍ରରେ‌ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories