www.samajalive.in
Sunday, December 7, 2025
15.1 C
Bhubaneswar

ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ: ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ ପ୍ରକୋଷ୍ଠରେ ଗୁରୁବାର ରୋଗୀ କଲ୍ୟାଣ ସମିତି ବୈଠକ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ପୁଷ୍ପଲତା ମହାପାତ୍ର ବୈଠକରେ ସମସ୍ତଙ୍କୁ ସ୍ୱାଗତ କରି ରୋଗୀ କଲ୍ୟାଣ ସମିତି ବୈଠକର ଆଭିମୁଖ୍ୟ ପ୍ରଦାନ କରି ଡାକ୍ତରଖାନା ପରିଚାଳନାର ଗୁରୁ ଦାୟିତ୍ୱ, ଦେଖାଦେଇଥିବା କିଛି ସମସ୍ୟା ଓ ରୋଗୀ ସେବା ସମ୍ପର୍କରେ ଆଲୋକପାତ କରିଛନ୍ତି। ବୈଠକରେ ଡାକ୍ତରଖାନାକୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍‍ ସଂଯୋଗ କରିବା ଏବଂ ନିୟମିତ ବିଦ୍ୟୁତ୍‍ ସରବରାହ ଚାଲୁ ରହିବା ପାଇଁ ଆଲୋଚନା, ଡାକ୍ତରଖାନାକୁ ଆସୁଥିବା ପୋଡାଜଳା ଏବଂ ଅତି ଗୁରୁତର ରୋଗୀଙ୍କ ଆଶୁ ଚିକିତ୍ସା କ୍ଷେତ୍ରରେ ଗୋଟିଏ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ବ୍ୟବସ୍ଥା ଏବଂ ୨୪ଘଣ୍ଟିଆ ରୋଗୀ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବା ପାଇଁ ଆଲୋଚନା କରାଯାଇଛି। ପ୍ରତ୍ୟେକ ରୋଗୀ ଯେଭଳି ସରକାରୀ ମାଗଣା ଔଷଧ ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ନଜର ଦେବାପାଇଁ ବିଧାୟକ ଅଧିକ୍ଷିକାଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ କଟକ ଜିଲ୍ଲାରେ କାୟାକଳ୍ପ ଯୋଜନାରେ ନିଷ୍ଠାର ସହ କାର୍ଯ୍ୟ ପରିଚାଳନା କରି ସର୍ବଶ୍ରେଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇବ ସେ ଦିଗରେ ଦୃଷ୍ଟି ରଖିବା ପାଇଁ ବିଧାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, କମିଟି ସଦସ୍ୟ ରବୀନ୍ଦ୍ରନାଥ ମଲ୍ଲିକ, ଏବିଇଓ ପ୍ରଫୁଲ୍ଲ କୁମାର ବେହେରା,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ଦାସ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପୁଷ୍ପମିତା ଦାସ, ବ୍ଲକ ଆକାଉଣ୍ଟସ ପରିଚାଳକଅନିତା ମହାରଣା, ସ୍ୱାସ୍ଥ୍ୟ ପରିଦର୍ଶନ ଦୁଃଶାସନ ବେହେରା, ଶରତ ମୁଳିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories