www.samajalive.in
Sunday, December 7, 2025
15.1 C
Bhubaneswar

ନବରଙ୍ଗପୁରରେ ସ୍ୱାୟତ ଶାସନ ଦିବସ

ନବରଙ୍ଗପୁର: ଆଜି ନବରଙ୍ଗପୁର ପୌର ସଂସ୍ଥା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକା  ଅଫିସରେ ପୂର୍ବାହ୍ନ ୯ଟାରେ ପୌର ଅଧ୍ୟକ୍ଷ କୁନୁ ନାୟକ ପତାକା ଉତ୍ତୋଳନ କରିଥିଲେ । ପରେ ପରିଷଦ ଓ କର୍ମଚାରୀଙ୍କ ମଧ୍ୟରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ମହିଳା ପରିଷଦ ଓ ମହିଳା ପୌର କର୍ମଚାରୀ ମଧ୍ୟରେ ମ୍ୟୁଜିକାଲ ଚୌକି, ଲେମ୍ବୁ ଚାମଚ ଓ ଦୌଡିଟଣା ପ୍ରତିଯୋଗିତା ହୋଇଥିଲା । ସନ୍ଧ୍ୟାରେ ଶାସ୍ତ୍ରୀ ଭବନରେ  ସଭା କାର୍ଯ୍ୟ ଓ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ପୌର ଅଧ୍ୟକ୍ଷ କୁନୁ ନାୟକ ସଭାପତିତ୍ୱ କରିଥିଲେ ।  ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ନିଜ ଆୟତ୍ତରେ ରଖିବା ହେଉଛି ସ୍ୱାୟତ ଶାସନ ।

ଏହି ଦିବସର ଆଭିମୁଖ୍ୟକୁ ନେଇ ଆମେ ପ୍ରତିବର୍ଷ ପାଳନ କରି ଆସୁଛୁ । ପ୍ରତି ସ୍ଥାନରେ ଉନ୍ନତ ମାନର ସେବା ଓ ସୁସ୍ଥ ପରିବେଶ ରକ୍ଷା କରିବାକୁ ପଡିବ । ଏଥିପାଇଁ ପରିମଳ ଉପରେ ଗୁରୁତ୍ୱ ଦେବା ସହ ନାଳ ଗୁଡିକ ସଫା ହେବ । ସହରର ପ୍ରତ୍ୟେକଙ୍କ ଦାୟିତ୍ୱ ରହିଛି ସହରକୁ କିଭଳି ସରସ ସୁନ୍ଦର, ସବୁଜିମା ପରିବେଶ ରଖିବା । ମକ୍ତା ଯୋଜନାରେ ମହିଳା ଏସ ଏଚ ଜି ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ସମ୍ପାଦନ କରାଯାଉଛି । ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରି ମହିଳା ମାନେ ରୋଜଗାରକ୍ଷମ ହୋଇ ପାରିଛନ୍ତି । ନବରଙ୍ଗପୁର ସହର ସୁନ୍ଦର ଓ ସୁସ୍ଥ ହେଉ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।  ସମ୍ମାନିତ ଅତିଥି ଭାବେ  ଜିଲାପାଳ ଡଃ କମଳଲୋଚନ ମିଶ୍ର ଯୋଗ ଦେଇ ଲୋକଙ୍କ ପାଇଁ ଯେତେବେଳେ ମୌଳିକ ଆବଶ୍ୟକ ପଡ଼ିଲା  ସେତେବେଳେ ସ୍ୱାୟତ ଶାସନ ଓ ପୌର ସଂସ୍ଥା ଗଠନ କରାଗଲା  । ଯେତେବେଳେ ଗୋଟିଏ ସଂସ୍ଥାକୁ ଶାସନ କରିବାକୁ ଦେଇଛନ୍ତି । ସେତେବେଳେ ସହଯୋଗ କରିବାକୁ ପଡିବ ।

- Advertisement -

କାଉନସିଲକୁ ନେଇ ଶାସନ କରିବାକୁ ଦେଇଛନ୍ତି । ସେଥି ପାଇଁ କାଉନସିଲକୁ ଧରି ସମସ୍ୟାର ସମାଧାନ କରିବା ଆବଶ୍ୟକ । ନବରଙ୍ଗପୁର ଏକ ସଂସ୍କୃତି ସମ୍ପନ୍ନ ସହର । ଜିଲାର ବିକାଶ ପାଇଁ  ‘ଭିଜନ’ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ପ୍ରସ୍ଥାବ ଆସିଛି । ଜିଲା ପ୍ରଶାସନ ପକ୍ଷରୁ ଯାହା ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ସ୍ୱାୟତ ଶାସନ ହେଉଛି ଲୋକଙ୍କ ଶାସନ ଲୋକଙ୍କ ହାତରେ ଟେକିଦେବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ସହର ପରିମଳ ମୁକ୍ତ ହେବ । ସହର ସ୍ୱଚ୍ଛ ରହିବ ସେନେଇ କାର୍ଯ୍ୟ କରିବାକୁ ପଡିବ । କାଉନସିଲର ଓ କର୍ମକର୍ତ୍ତା ମଧ୍ୟରେ ସମନ୍ୱୟ ରହି ବିକାଶ କରିବାକୁ ପଡିବ ବୋଲି କହିଥିଲେ । ଅତିରିକ୍ତ ଜିଲାପାଳ ଭାସ୍କର ରଇତ ପରିମଳ ପରିଚ୍ଛନ୍ନତା ରଖିବା ପାଇଁ ନିଜ ନିଜ ୱାର୍ଡରେ ବ୍ୟବସ୍ଥା କରାଯାଉ । ସହର ମଧ୍ୟରେ ବୁଲା ଗାଈଗୋରୁ ସମସ୍ୟା ରହୁଛି । ପ୍ରତି ମାସରେ ଯେଉଁ ସଫେଇ କର୍ମଚାରୀ ଉତ୍ତମ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ମାନୀତ କରିବାକୁ ପ୍ରସ୍ଥାବ ଦେଇଥିଲେ ।

ପୌର ଅଧ୍ୟକ୍ଷ କୁନୁ ନାୟକ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ସହରର ବିକାଶ ହେବ । ଶାସ୍ତ୍ରୀ ଭବନ ଭାଙ୍ଗି ଅଡିଟୋରିୟମ କରାଯିବ ବୋଲି କହିଥିଲେ ।  ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ସଂଯୁକ୍ତା ପଣ୍ଡା  ଯୋଗ ଦେଇ ଇଂରେଜ ମାନେ କଳିକତା  ଓ ମାଡ୍ରାସକୁ ସ୍ୱାୟତ ଶାସନ ବ୍ୟବସ୍ଥା ପ୍ରଥମେ କରିଥିଲେ । ଗ୍ରାମୀଣ ବିକାଶ ପରେ ସହର ବିକାଶ ଉପରେ ଗୁରୁତ୍ୱ ଦିଆଗଲା । ନିଜ ପାଖରେ ଶାସନ ବ୍ୟବସ୍ଥା ନରଖି ଭାଗ ଭାଗ କରାଗଲା । ପୌର ସଂସ୍ଥା ଗୁଡିକ ଏବେ ସ୍ୱାୟତ ଶାସନ ବ୍ୟବସ୍ଥାରେ ରହିଲା । ସ୍ୱାୟତ ଶାସନ ଗଠନ, କାର୍ଯ୍ୟକାରିତା ଓ ଏହାର ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଖରା ବର୍ଷା ଓ ଶୀତକୁ ଖାତିରି ନକରି ସେବା କରୁଛନ୍ତି । ନିଜର କର୍ତ୍ତବ୍ୟକୁ ସମସ୍ତେ ପାଳନ କଲେ ସହର ସୁନ୍ଦର ହୋଇ ଗଢି ଉଠିବ ବୋଲି  କହିଥିଲେ  । ପୌର ସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତି ପରିଚ୍ଛା ମଞ୍ଚ ସଂଚାଳନ କରିଥିଲେ । ଏହି ଅବସର ବିଭିନ୍ନ ପ୍ରତିଯୋଗିତାରେ କୃତି ପତିଯୋଗୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories