୨% ବଢିଲା ମହଙ୍ଗା ଭତ୍ତା

0

ଭୁବନେଶ୍ୱର: ସୋମବାର ଓଡିଶା ସରକାର ୨% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ବାରା ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ଏହି ବର୍ଦ୍ଧିତ ଭତ୍ତା ଫଳରେ ମୋଟ୍ ମହଙ୍ଗା ଭତ୍ତା ୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି । ୨୦୧୮ ଜୁଲାଇ ୧ରୁ ଏହା ପିଚ୍ଛିଲା ଭାବେ ଲାଗୁ ହେବ। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ।

Leave A Reply