କଟକ : ରୋଟାରୀ କ୍ଲବ ମହାନଦୀର ପକ୍ଷରୁ କଟକ ଚାଉଳିଆଗଞ୍ଜ ଶ୍ରୀ ଶ୍ରୀ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରକ୍ତ ଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ ଓ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ କ୍ଲବର ସଭାପତି ରୋଟାରୀଆନ୍ ସୁଜାତା ମହାପାତ୍ର, ପୂର୍ବତନ ସଭ।ପତି ରାଜଲକ୍ଷ୍ମୀ ପାତ୍ର, ନିରୁପମା ପତି, ସଂଯୁକ୍ତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଅଗଷ୍ଟ ମାସରେ ରୋଟାରୀ କ୍ଲବମାନଙ୍କ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ।
Popular Categories



