www.samajalive.in
Monday, December 8, 2025
13.1 C
Bhubaneswar

ଭିଲାଇ ଇସ୍ପାତ କାରଖାନାର ୪ଜଣ ଅଧିକାରୀଙ୍କ ନାମରେ ମାମଳା ରୁଜୁ

ଦୂର୍ଗ: ଛତିଶଗଡ଼ର ଦୂର୍ଗ ଜିଲାରେ ଅବସ୍ଥିତ ଷ୍ଟିଳ ଅଥୋରିଟି ଅଫ ଇଣ୍ଡିଆ ଲି.(ସେଲ) କମ୍ପାନୀର ଭିଲାଇ ସ୍ଥିତ ଇସ୍ପାତ କାରଖାନାରେ ୧୩ଜଣଙ୍କ ମୃତ୍ୟୁ ମାମଲାର ତଦନ୍ତ ପରି ପୁଲିସ କାରଖାନାର କାର୍ଯ୍ୟରତ ୪ଜଣ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି। କାରଖାନାର ଗ୍ୟାସ ପାଇପରେ ଅଗ୍ନିକାଣ୍ଡ ଘଟି ୧୩ଜଣ ପ୍ରାଣ ହରାଇଥିବାବେଳେ ଏହି ଘଟଣାରେ ପାରିପାର୍ଶିକ ପରିସ୍ଥିତି ଓ ସାକ୍ଷ୍ୟକୁ ଭିତ୍ତି କରି କାରଖାନାର ୪ଜଣ ଅଧିକାରୀଙ୍କୁ ଦାୟୀ କରିଛି ପୁଲିିସ। କାରକାନାର କାର୍ଯ୍ୟକାରୀ ନିର୍ଦେଶକ ପି କେ ଦାସ, ମହାପ୍ରବନ୍ଧକ ଜିଏସବି ସୁବ୍ରମଣ୍ୟମ୍‍, ଉପ-ମହାପ୍ରବନ୍ଧକ ନବୀନ, ସୁରକ୍ଷା ପ୍ରବନ୍ଧକ ପି ପାଣ୍ଡୟା ରାଜାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।
ଭିଲାଇ ଷ୍ଟିଲ କାରଖାନାର ଦୁର୍ଘଟଣାର ଭୟାଭୟତାକୁ ଦୃଷ୍ଟିରେ ରଖି ଇସ୍ତାତ ମନ୍ତ୍ରଣାଳୟ ଭିଲାଇ ସିଇଓଙ୍କୁ ବଦଳି କରି ତାଙ୍କ ସ୍ଥାନରେ ପଶ୍ଚିମବଙ୍ଗ ଦୁର୍ଗାପୁର ସ୍ଥିତ ଷ୍ଟିଲ ପ୍ଲାଣ୍ଟର ସିଇଓ ଅରୁଣ କୁମାର ରଥଙ୍କୁ ଅବସ୍ଥାପିତ କରିଛନ୍ତି। ଏହି ଘଟଣାରେ ଦାୟୀ ୨ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ଉକ୍ତ କୋକ ଓଭେନରେ ମୋଟ୍‍ ୨୫ରୁ ଊଦ୍ଧ୍ୱର୍ କର୍ମଚାରୀ କାର୍ଯ୍ୟରତ ଥିଲେ। ଏହି ସମୟରେ ହଠାତ୍‍ ପାଇପ ଲାଇନରେ ବିସ୍ଫୋରଣ ହେବାରୁ ୮ଜଣ ପ୍ରାଣ ହରାଇ ଥିବାବେଳେ ୧୪ଜଣ ଗୁରୁତର ଭାବେ ଜଳି ଯାଇଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories