www.samajalive.in
Wednesday, December 10, 2025
26.1 C
Bhubaneswar

ସୁଆଣ୍ଡୋରେ ପହଞ୍ଚିଲା ତ୍ରିରଙ୍ଗା ଯାତ୍ରା 

ସୁଆଣ୍ଡୋ :  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପୁରୀଜିଲା ପିପିଲିରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରା ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ପହଞ୍ଚିଥିଲା। ପୁରୀ ଜିଲା ଛତୁ ମହାସଂଘ ଆନୁକୂଲ୍ୟରେ ଏହିଯାତ୍ରାର ଆୟୋଜନ କରାଯାଇଥିଲା । ଜିଲା ସଭାପତି ତ୍ରିନାଥ ଗୁରୁ ଓ ରାଜ୍ୟ ଉପସଭାପତି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ବରେ ୨ ଶହ ବ୍ୟକ୍ତି ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଗାନ କରି ଶୋଭାଯାତ୍ରାରେ ଆସି ସୁଆଣ୍ଡୋରେ ପହଞ୍ଚିଥିଲେ । ସୁଆଣ୍ଡୋସ୍ଥିତ ଶ୍ରୀ ବିନୋଦ ବିହାରୀ ଦେବ ଠାକୁରଙ୍କ ମନ୍ଦିର ନିକଟରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ତ୍ରିରଙ୍ଗା ଯାତ୍ରୀମାନେ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ ପଥପ୍ରାନ୍ତ ସଭାରେ ଜିଲା ସଂପାଦକ ଶଙ୍କର ପ୍ରଧାନ, ବ୍ଲକ ସଭାପତି ଦେବଦତ୍ତ ସ୍ୱାଇଁ, ରାଜ୍ୟ ସଂପାଦକ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଆଜାଦୀ କା ଅମୃତ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଗ୍ରାମରେ ଲୋକମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରିବା ସହ ତ୍ରିରଙ୍ଗା ଯାତ୍ରା ସମ୍ପର୍କରେ କହିଥିଲେ। ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ତ୍ରିରଙ୍ଗା ଯାତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ଉତ୍ସସିତ ସମ୍ୱର୍ଦ୍ଧନା ଦିଆଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ ବେହେରା, ଅଶ୍ୱନୀ ବରାଳ , ରବୀନ୍ଦ୍ରନାଥ ଦାଶ ଓ ରାମକୃଷ୍ଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories