www.samajalive.in
Wednesday, December 10, 2025
26.1 C
Bhubaneswar

ଚାଉଳରେ ସ୍ବାଧୀନତାର ୭୫ତମ ଲୋଗୋ ପ୍ରସ୍ତୁତ କରି ପ୍ରଶଂସିତ ଇଞ୍ଜିନିୟରିଂ ଛାତ୍ର

ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ବିଟେକ ଛାତ୍ର ତଥା ଇଣ୍ଡିଆ ବୁକ ଅଫ ରେକର୍ଡର‌ ଅଧିକାରୀ କେ. ବିଜୟ କୁମାର ରେଡ୍ଡୀ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚାଉଳରେ ୭୫ତମ ଲୋଗୋ ପ୍ରସ୍ତୁତ କରିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ପଞ୍ଚାୟତ ଡୁରା ଗ୍ରାମରେ ରହୁଥିବା କେ‌. ବିଜୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଶେଷ ବର୍ଷର‌ ବିଟେକ୍ ଛାତ୍ର। ଗତ ବର୍ଷେ ହେବ କଲେଜରେ ଥିବା ଇମାଜିକ୍ସ କ୍ଲବର ସଦସ୍ୟ ଭାବରେ ରହି ଚକ୍ ଖଡ଼ିରେ ଅତି କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ମଧ୍ୟ ହୋଇ ପାରିଥିଲେ। ଏହା ମଧ୍ୟରେ ବିଜୟ ବିଭିନ୍ନ ସମୟରେ ଚକ୍ ଖଡିରେ ଅତି ସୁକ୍ଷ୍ମ କାରିଗରୀ ମାଧ୍ୟମରେ ବିଭିନ୍ନ କଳାକୃତି କରି ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀମାନଙ୍କୁ ଉପହାର ସ୍ବରୂପ ଦେଇ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛନ୍ତି। ଗତ କିଛି ଦିନ ତଳେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୧ ସେମି ଲମ୍ବ ବିଶିଷ୍ଟ ଚକଖଡିରେ ପ୍ରତିକୃତି ନିର୍ମାଣ କରି ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବିଜୟଙ୍କ ପକ୍ଷରୁ ଚକ୍ ଖଡିରେ ୭୫ଟି କାଳକୃତି ନିର୍ମାଣ କରାଯାଇଥିବା ସହ ସେଗୁଡିକର ସମସ୍ତ ତଥ୍ୟକୁ ତାଙ୍କ ପକ୍ଷରୁ ଲେଖାଯାଇଥିବା ଆଜାଦୀ କା ଅମୃତ ମହୋତ୍ସବ ନାମରେ ଏକ ପୁସ୍ତକକୁ ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି କଳାକୃତି ପାଇଁ ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ପକ୍ଷରୁ ମଧ୍ୟ ପ୍ରଶଂସିତ ହୋଇଛନ୍ତି ବିଜୟ। ଆଜି ସେ ୨ ଗୋଟି ଚାଉଳରେ ଅତି ନିଖୁଣ ଭାବରେ ୭୫ତମ ସ୍ବାଧୀନତା ଦିବସ ଲୋଗୋ ପ୍ରସ୍ତୁତ କରିବା ସହ ଦେଶ ସ୍ବାଧୀନତା ପ୍ରାପ୍ତିରେ ଶହୀଦ ହୋଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉତ୍ସର୍ଗ କରିଥିବା ପ୍ରକାଶ କରିଛନ୍ତି। ବିଜୟଙ୍କ ଏହା ସଫଳତା ପଛରେ ତାଙ୍କ ବାପା କେ. କ୍ରିଷ୍ଣା ରେଡ୍ଡୀ ଓ ମାଆ ସୁଜାତା ରେଡ୍ଡୀ, କ୍ଲବ ସଂଯୋଜକ ସାଗର ମୁର୍ମୁ, କଲେଜର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ବାଇଁ, ଇଲେକ୍ଟ୍ରିକାଲ ବ୍ରାଞ୍ଚ ବିଭାଗୀୟ ମୁଖ୍ୟ ତାପସ ପାଣିଗ୍ରାହୀ ପ୍ରମୁଖଙ୍କ ସହଯୋଗ ରହିଥିବା ପ୍ରକାଶ କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories