ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ପାଇଁ ସଚେତନତା

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୌଦ୍ଧ ଟାଉନ୍‌ ଏବଂ ବୌଦ୍ଧ ବ୍ଲକ ଅଞ୍ଚଳରେ ଏକ ଭ୍ରାମ୍ୟମାଣ ବାହନ ଦ୍ୱାରା ଆଗାମୀ ତା ୧୩.୦୮.୨୦୨୨ ରିଖରେ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକ ଅଦାଲତର ସୁବିଧା ସୁଯୋଗ କେମିତି ବିନା ଖର୍ଚ୍ଚରେ ସାଧାରଣଲୋକେ ଉଠାଇପାରିବେ ସେ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଅଡିଓ ଏବଂ ଭିଜୁଆଲ ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ସହ ପ୍ରଚାରପତ୍ର ମଧ୍ୟ ବଣ୍ଟନ କରାଯାଇଅଛି । ଦୀର୍ଘ ଦିନରୁ ପଡି ରହିଥିବା ମୋକଦ୍ଦମା ଗୁଡିକ ରାଷ୍ଟ୍ରୀୟ ଲୋକ ଅଦାଲତ ଦ୍ୱାରା ତୁରନ୍ତ ଶୁଣାଣୀ କରାଯାଇ ସାଧାରଣଲୋକଙ୍କୁ ଉଚିତ ନ୍ୟାୟ ଦେବାର ବ୍ୟବସ୍ଥା କରାଯାଇଥିବାରୁ ଏହାର ସୁଯୋଗ ନେବାକୁ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନିବେଦନ କରାଯାଇଛି ।

kalyan agarbati

Comments are closed.