www.samajalive.in
Friday, December 12, 2025
19.1 C
Bhubaneswar

ଆଉ ଏକ ୟୁ-ଟର୍ଣ୍ଣ ଯୋଜନାରେ ନୀତୀଶ

ପାଟନା : ରାଜନୈତିକ ପାଣିପାଗକୁ ପୂର୍ବାନୁମାନ କରିବାରେ ବେଶ୍‌ ସଫଳ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ୟୁ-ଟର୍ଣ୍ଣ ନେବାର ଯୋଜନା ଚଳାଇଥିବା ଜଣାଯାଇଛି। ୟୁ-ଟର୍ଣ୍ଣ ଅର୍ଥ ନୀତୀଶ ବିଜେପି ସହିତ ମେଣ୍ଟ ସମ୍ପର୍କ ତୁଟାଇ ଆରଜେଡି ସହିତ ମେଣ୍ଟ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ନୀତୀଶ କିମ୍ବା ତାଙ୍କ ଦଳ ପକ୍ଷରୁ କିଛି କୁହାଯାଇ ନଥିଲେ ମଧ୍ୟ ତାଙ୍କ କାର୍ଯ୍ୟଧାରା ଏହାର ସୂଚନା ଦେଉଛି। ମେଣ୍ଟ ପରିବର୍ତ୍ତନ ସମ୍ପର୍କରେ ନୀତୀଶ ମଙ୍ଗଳବାର ନିଷ୍ପତ୍ତି ନେବାର ସମ୍ଭାବନା ଅଛି ା କାରଣ ନୀତୀଶ ଏବେ ନିୟମିତ ଭାବେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଠାରୁ ଦୂରେଇ ରହୁଥିବା ଦେଖାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ନୀତୀଶ ଯୋଗ ଦେଇ ନଥିଲେ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ନୀତୀଶ ଯାଇ ନଥିଲେ। ଉଭୟ କେନ୍ଦ୍ର ସରକାର ଓ ବିହାରରେ ମେଣ୍ଟ ସରକାରରେ ବିଜେପିର ଅଂଶୀଦାର ଥାଇ ନୀତୀଶ କେନ୍ଦ୍ରୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ତାଙ୍କର ୟୁ-ଟର୍ଣ୍ଣ ସମ୍ପର୍କରେ ଆଭାସ ମିଳିଛୁ। ଅନ୍ୟପଟେ ଲାଲୁପ୍ରସାଦ ଯାଦବଙ୍କ ନେତୃତ୍ବ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କହିଛି ଯେ ନୀତୀଶ ଯଦି ବିଜେପି ଠାରୁ ମେଣ୍ଟ ସମ୍ପର୍କ ତୁଟାନ୍ତି ତେବେ ଦଳ ତାଙ୍କୁ ଆପଣାଇବାରେ ଦ୍ବିଧା ପ୍ରକାଶ କରିବ ନାହିଁ। ଆରଜେଡିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି ଯେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ। ତେଣୁ ନୀତୀଶ ଯଦି ବିଜେପି ହାତ ଛାଡନ୍ତି ତେବେ ଆମେ ତାଙ୍କ ସହିତ ହାତ ମିଳାଇବାକୁ ପ୍ରସ୍ତୁତ। ବିହାର ବିଧାନସଭାରେ ଆରଜେଡି ଏବେ ସବୁଠାରୁ ବୃହତ ଦଳ ହୋଇ ବିରୋଧୀ ଦଳ ଭୂମିକାରେ ରହିଛି। ଆରଜେଡି ପାଖରେ ୮୦ ଟି ଆସନ ରହିଛି। ବିଜେପି ପାଖରେ ୭୪, ଜେଡିୟୁ ପାଖରେ ୪୩ ଓ କଂଗ୍ରେସ ପାଖରେ ୧୯ଟି ଆସନ ରହିଛି। ବିଜେପି ସହଯୋଗରେ ନୀତୀଶ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ୨୦୧୭ରେ ନୀତୀଶ ବିଜେପି ହାତ ଛାଡି ଆରଜେଡି ଓ କଂଗ୍ରେସ ସହଯୋଗରେ ସରକାର ଗଠନ କରିଥିଲେ। ମାତ୍ର ପରେ ସେ କଂଗ୍ରେସ, ଆରଜେଡିକୁ ଛାଡି ପୁନର୍ବାର ବିଜେପି ସହିତ ମେଣ୍ଟ କରିଥିଲେ। ଏବେ ପୁଣି ଆରଜେଡି, କଂଗ୍ରେସ ସହିତ ମେଣ୍ଟ କରିବାକୁ ନୀତୀଶ ଯୋଜନା କରିଛନ୍ତି। ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ନୀତୀଶ ଆଗୁଆ ପଟ୍ଟ ପରିବର୍ତ୍ତନ କରିବାର ଯୋଜନା କରିଛନ୍ତି ା

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories