www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ତ୍ୱଚାରେ ଥିବା ଚିହ୍ନ ଦିଏ କି ସଙ୍କେତ

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ସମୟରେ ଏକ ପିଲାଟି ଜନ୍ମ ହୁଏ, ତା’ ମୁହଁ ଓ ଶରୀରରେ ଅନେକ ଚିହ୍ନ ରହିଥାଏ। ଏହି ଚିହ୍ନ ଶୁଭ ଓ କିଛି ଅଶୁଭ ସଙ୍କେତ ଦେଇଥାଏ। ଏହା ବ୍ୟକ୍ତିଙ୍କ ଭାଗ୍ୟ ଓ ଦୁର୍ଭାଗ୍ୟ ସହ ଜଡ଼ିତ। ଜାଣନ୍ତୁ କେଉଁ ଚିହ୍ନ କି ସଙ୍କେତ ଦେଇଥାଏ…
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିବିଶେଷଙ୍କର ମଥାରେ ବର୍ଥ ମାର୍କ (ଜନ୍ମ ଚିହ୍ନ) ଥିଲେ ତାହାର ଅର୍ଥ ସେ ବୁଦ୍ଧିମାନ ଓ ଖୁବ ପ୍ରସିଦ୍ଧି ଲାଭ କରିଥାଏ। ଏହାସହ ଏପରି ବ୍ୟକ୍ତି ବିଶେଷ ଜୀବନରେ ଖୁବ ଖୁସି,ପଇସା ଓ ସୁନାମ ଅର୍ଜନ କରିଥାଆନ୍ତି।
କୌଣସି ବ୍ୟକ୍ତିଙ୍କର ମଥା ମଝିରେ ବର୍ଥ ମାର୍କ ଥିଲେ ସେମାନେ ଖୁବ କଳା ପ୍ରିୟ। ଏହାସହ ଆକର୍ଷଣୀୟ ବ୍ୟକ୍ତିତ୍ୱ ମଧ୍ୟ। କଥାବାର୍ତ୍ତାରେ ଖୁବ ପ୍ରଖର ହୋଇଥାଆନ୍ତି। ଅନ୍ୟମାନେ ଏମାନଙ୍କ କଥାରେ ଖୁବ ପ୍ରଭାବିତ ହୋଇଥାଆନ୍ତି। ଏମାନେ ଭ୍ରମଣ ପ୍ରିୟ। ଟଙ୍କାପଇସା ଖର୍ଚ୍ଚ ମଧ୍ୟ କରିଥାଆନ୍ତି।
ବେକରେ ବର୍ଥ ମାର୍କ ଥିଲେ ଏମାନେ କର୍ମକ୍ଷେତ୍ରରେ ଖୁବ ସଫଳତା ପାଇଥାଆନ୍ତି। ଏମାନେ ସାମାନ୍ୟ କଠୋର ସ୍ୱଭାବର ମଧ୍ୟ ହୋଇଥାଆନ୍ତି। ବେକର ପଛରେ ଭାଗରେ ଏହି ଚିହ୍ନ ଥିଲେ, ସେମାନେ ଖୁବ ସାହାସୀ ଓ କ୍ରୋଧୀ ହୋଇ ଥାଆନ୍ତି। ଛୋଟ ଛୋଟ କଥାରେ କ୍ରୋଧ ନକଲେ ମଧ୍ୟ ଯେଉଁ ସମୟରେ କ୍ରୋଧ କରିଥାଆନ୍ତି, ଖୁବ ଅଧିକ କ୍ରୋଧ କରିଥାଆନ୍ତି।
ଯେଉଁ ପୁରୁଷଙ୍କର ଡାହାଣ ଗାଲରେ ବର୍ଥ ମାର୍କ ଥାଏ, ସେମାନେ ଜୀବନରେ ଖୁବ ସଂଘର୍ଷ କରି ଆଗକୁ ବଢି ଥାଆନ୍ତି। ମହିଳାଙ୍କର ଡାହାଣ ଗାଲରେ ଏହି ଚିହ୍ନ ଥିଲେ ସେମାନେ ଖୁବ ଧନୀ ଘରେ ବିବାହ କରିଥାଆନ୍ତି ବୋଲି କୁହାଯାଏ। ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories