www.samajalive.in
Friday, December 5, 2025
27.1 C
Bhubaneswar

ବ୍ଲିଚ୍‍ କରିବା ପରେ ଏହି ସବୁ ସମସ୍ୟା ହେଉଛି କି?

ତ୍ୱଚାର ସୁନ୍ଦରତା ପାଇଁ ଯୁବତୀ ହୁଏନ୍ତୁ ଅଥବା ମହିଳା ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖରାର ପ୍ରଭାବ ଓ ଧୂଳି କାରଣରୁ ତ୍ୱଚାରେ ଟ୍ୟାନ୍‍ ମଧ୍ୟ ହୋଇଥାଏ। ଏହି କାରଣରୁ ତ୍ୱଚା ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ମୁହଁରେ ବ୍ରଣ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ବ୍ରଣ ସମସ୍ୟା ଦୂର ସହ ଏଥିପାଇଁ ସୃଷ୍ଟି ହୋଇଥିବା ଦାଗକୁ ଦୂର କରିବା ପାଇଁ ଅନେକ ବ୍ଲିଚ୍‍ ମଧ୍ୟ କରିଥାଆନ୍ତି। ବ୍ଲିଚ୍‍ ଟ୍ୟାନିଙ୍ଗକୁ ଦୂର କରିଥାଏ। ଏହା ତ୍ୱଚାର ରଙ୍ଗକୁ ମଧ୍ୟ ସଫା କରିଥାଏ। ମାତ୍ର ଅନେକ ଥର ବ୍ଲିଚ୍‍ କରିବା ପରେ ତ୍ୱଚାରେ ଜଳାପୋଡା ଓ ଲାଲ ଦାଗ ହୋଇଥାଏ। ତେଣୁ ବ୍ଲିଚ୍‍ କରିବା ପରେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ…
ଏଲୋବେରା ଜେଲ୍‍ର ବ୍ୟବହାର ଅନେକ ପ୍ରଣାଳୀରେ ବ୍ୟବହାର କରାଯାଏ। ତେଣୁ ବ୍ଲିଚ୍‍ କରିବା ପରେ ଏଲୋବେରା ଜେଲ୍‍ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ଥଣ୍ଡା ପ୍ରଦାନ କରିଥାଏ।
ବ୍ଲିଚ୍‍ କରିବା ପରେ ତ୍ୱଚା କୁଣ୍ଡାଇ ହେବା ସହ ଲାଲ ଦାଗ ସୃଷ୍ଟି ହେଉଥିଲେ, ପଇଡ ପାଣି କିମ୍ବା ନଡିଆ ରସର ବ୍ୟବହାର କରନ୍ତୁ। ଏକ ପାତ୍ରରେ ପଇଡ ପାଣି କିମ୍ବା ନଡିଆ ରସକୁ ରଖନ୍ତୁ। ଏକ ତୁଳା ବ୍ୟବହାର କରି ତ୍ୱଚାରେ ଲଗାନ୍ତୁ। ୧୫ ମିନିଟ୍‍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ତ୍ୱଚାକୁ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ନରମ ହେବା ସହ ଦାଗ ମଧ୍ୟ ଦୂର ହେବ।
ଏହାସହ ବର୍ଷା ଦିନେ ଚନ୍ଦନର ଫେସ୍‍ ପ୍ୟାକ୍‍ ମୁହଁ ପାଇଁ ଖୁବ ଭଲ। ତେଲିଆ ତ୍ୱଚା ପାଇଁ ଏହା ଖୁବ ଉପକାରୀ। ତେଣୁ ବ୍ଲିଚ୍‍ କରିବା ପରେ ଏକ ପାତ୍ରରେ ୨ ଚାମଚ ଚନ୍ଦନ ଗୁଣ୍ଡ, ଗୋଲାପ ଜଳ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories