www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ଓ ତିରୁପତିରେ ହେବ  ଆଇଜରର ସ୍ଥାୟୀ କ୍ୟାମ୍ପସ

ନୂଆଦିଲ୍ଲୀ . -ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଇଜର କ୍ୟାମ୍ପସ ପ୍ରତିଷ୍ଠା ଏବଂ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩୦୭୪.୧୨ କୋଟି ଟଙ୍କା (ଅଣ-ପୁନଃପୌନିକ : ୨୩୬୬.୪୮ କୋଟି ଟଙ୍କା ଏବଂ ପୁନଃପୌନିକ: ୭୦୭.୬୪ କୋଟି ଟଙ୍କା) ଖର୍ଚ୍ଚ ହେବ।

ପ୍ରତ୍ୟେକ ଆଇଜରରେ ସପ୍ତମ ସିପିସିର ୧୪ତମ ସ୍ତରରେ ଦୁଇଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

- Advertisement -

ଏହି ସଂସ୍ଥାନର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଲାଗି ୨୩୬୬.୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉଭୟ ଆଇଜର ୧,୧୭,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମିତ ହେବ ଏବଂ ପ୍ରତ୍ୟେକ ଆଇଜରରେ ୧୮୫୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିତିଭୂମି ସୁବିଧା ରହିବ। ଡିସେମ୍ବର ୨୦୨୧ ସୁଦ୍ଧା ଏହି ସଂସ୍ଥାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ହେବ।

ଏହି ଦୁଇଟି ଆଇଜରରେ ସ୍ନାତକ ଏବଂ ସ୍ନାତକୋତର, ପିଏଚଡି ଏବଂ ସମନ୍ୱିତ ପିଏଚଡି ସ୍ତରରେ ଉଚ୍ଚ ମାନର ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ। ଉଭୟ ସଂସ୍ଥାନ ବିଜ୍ଞାନର ଅଗ୍ରଣୀ କ୍ଷେତ୍ରରେ ଗବେଷଣା କାର୍ଯ୍ୟ କରିବେ। ଆଇଜର ଶ୍ରେଷ୍ଠ ବୈଜ୍ଞାନିକ ପ୍ରତିଭା ଫାକଲ୍ଟି ଭାବେ ଭାରତକୁ ଜ୍ଞାନ ଅର୍ଥବ୍ୟବସ୍ଥା ଦିଗରେ ନେଇଯିବାରେ ସହାୟକ ହେବ ଏବଂ ଭାରତରେ ବୈଜ୍ଞାନିକ ମାନବ ଶକ୍ତିର ଦୃଢ଼ ଭିତିଭୂମି ପ୍ରସ୍ତୁତ କରିବ।

ସୂଚନାଯୋଗ୍ୟ ଯେ ୨୦୧୫ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ ଅନୁଯାୟୀ ଆଇଜର ତିରୁପତି ପ୍ରତିଷ୍ଠା କରାଯାଇଥିଲା। ଅନ୍ୟପକ୍ଷରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ୨୦୧୬ରେ ହୋଇଥିଲା। ୨୦୧୫ରେ ନିଜ ବଜେଟ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପ୍ରତିଷ୍ଠା ଲାଗି ଘୋଷଣା କରିଥିଲେ। ଉଭୟ ସଂସ୍ଥାନ ଏବେ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories