www.samajalive.in
Monday, December 8, 2025
17.1 C
Bhubaneswar

ରାଜ୍ୟରେ ଆଉ ୧,୦୩୦ କରୋନା ପଜିଟିଭ୍‍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧,୦୩୦ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ସଂକ୍ରମିତ ୪୨୭ ରହିଥିବା ସୂଚନା ଦିଆଯାଇଛି । ଜନ୍ମରୁ ୧୮ ବର୍ଷର ମଧ୍ୟରେ ୧୭୯ ଆକ୍ରାନ୍ତ ରହିଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୬୪, ମୟୂରଭଞ୍ଜରୁ ୧୧୦, ସମ୍ବଲପୁରରୁ ୭୭ ଓ କଟକରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୋନପୁରରୁ ୩୯, ଷ୍ଟେଟପୁଲରୁ ୩୬, ବଲାଙ୍ଗୀରରୁ ୩୫, କଳାହାଣ୍ଡିରୁ ୨୬, ବାଲେଶ୍ୱରରୁ ୨୩, କନ୍ଧମାଳରୁ ୨୩, ବରଗଡ଼ରୁ ୨୨, ଝାରସୁଗୁଡ଼ାରୁ ୨୧ ଓ ନୟାଗଡ଼ରୁ ୨୦ ପଜିଟିଭ୍‍ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ଯାଜପୁରରୁ ୧୯, ରାୟଗଡ଼ାରୁ ୧୮,କୋରାପୁଟରୁ ୧୭, କେନ୍ଦୁଝରରୁ ୧୩, ବୌଦ୍ଧରୁ ୧୨, ଭଦ୍ରକରୁ ୧୧, ନୂଆପଡ଼ାରୁ ୧୧, ପୁରୀରୁ ୧୦, ଦେବଗଡ଼ରୁ ୯ ଓ ଗଜପତିରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

- Advertisement -

ତାହା ସହ ଜଗତସିଂହପୁରରୁ ୭, ଢେଙ୍କାନାଳ ଓ ଅନୁଗୁଳରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧,୦୬୬ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‍ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୪ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories