www.samajalive.in
Wednesday, December 10, 2025
26.1 C
Bhubaneswar

ଲୁହାଚକଲଗା ଟ୍ରାକ୍ଟର ନଷ୍ଟ କରୁଛି କୋଟି କୋଟି ଟଙ୍କାର ପୂର୍ତ୍ତରାସ୍ତା

ହରଭଙ୍ଗା: ସରକାର ଜନସାଧାରଣଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ନୂଆ ନୂଆ ରାସ୍ତା ନିର୍ମାଣ କରୁଛନ୍ତି । ମାତ୍ର ଏହି ରାସ୍ତାଗୁଡିକ ଉପରେ ଲୁହାଚକ ଲଗା ଟ୍ରାକ୍ଟର ଏବେ ବିପଦ ପାଲଟିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ । ପ୍ରକାଶ ଯେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦରେ ପୁରୁଣାକଟକ ଠାରୁ ଧଳପୁର ପର୍ଯ୍ୟାନ୍ତ ନୂତନ ଓସାରିଆ ରାସ୍ତା ନିର୍ମାଣ ହୋଇଛି ।

ସେହିପରି ହରଭଙ୍ଗା-ଧଳପୁର ଜନ୍ନାଥ ସଡକ ଏବଂ ଧଳପୁର ଛକରୁ ଖରଶଙ୍କୁଲେଇ ଦେଇ ମହାନଦୀ ସେତୁ ପର୍ଯ୍ୟାନ୍ତ ନୂତନ ରାସ୍ତା ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ ସରିଛି । ମାତ୍ର ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଖରିଫ ଚାଷ ସମୟରେ ଜମିକୁ ହଳପାଇଁ ଯାଉଥିବା ଲୁହାଚକ ଲଗା ଟ୍ରକ୍ଟର ବ୍ୟାପକ ମାତ୍ରାରେ ଚଳାଚଳ ଯୋଗୁ ରାସ୍ତାର ବଡ ବଡ ଫାଟସୃଷ୍ଟି ହେବା ସହ ଏହାର ସମତଳକୁ ନଷ୍ଟ କରୁଛି । ଏହାଦ୍ୱାରା କୋଟି କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ପୂର୍ତ୍ତ ରାସ୍ତାର ସ୍ଥାୟୀତ୍ୱ ନଷ୍ଟ ହେବାକୁ ବସିଛି ।

- Advertisement -

ଏ ଦିଗରେ ପୂର୍ତ୍ତ ବିଭାଗ ଜନସାଧାରଣଙ୍କ ସଚେତନତା ପାଇଁ କୌଣସି ସତର୍କ ସୂଚନା ଫଳକ ଲଗାଯାଇନଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ପୂର୍ତବିଭାଗ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠୁଛି । ଏ ସର୍ମ୍ପକରେ ବୌଦ୍ଧ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସଙ୍କୁ ପଚାରିବାରୁ ଆମେ ହୋଡିଂ ଲଗାଉଛୁ ତଥାପି ଲୋକ ମାନୁନାହଁନ୍ତି । ଏ ଦିଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା କଥା ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories