www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରାବଣ ଦ୍ୱିତୀୟ ସୋମବାରରେ ଦେବଗିରି ପାହାଡରେ କାଉଡ଼ିଆଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ଧାମ ପାହାଡ଼ରେ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ବିଭିନ୍ନ ଜିଲ୍ଲାରୁ କାଉଡ଼ିଆ ବା ବୋଲବୋମ ଭକ୍ତ ଆସି ଦେବଗିରି ପାହାଡରେ ଥିବା ସ୍ବଟିକ ପଞ୍ଚମୁଖୀ ଶିବ ଲିଙ୍ଗରେ ଜଳାଭିଷେକ କରି ନିଜନିଜ ମନସ୍କାମନା ପୁରାଣ କରିଥିବା ଦେଖିବାକୁ ମିଳିଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରବିବାର ଦିନ କଳାହାଣ୍ଡି, କୋରାପୁଟ, ରାୟଗଡା, ବ୍ରହ୍ମପୁର, କଟକ, ଜଗତସିଂହପୁର, ସମ୍ବଲପୁର ଜିଲା ସମେତ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରୁ ବୋଲବୋମଧାରୀ କାନ୍ଧରେ ବାହୁଙ୍ଗି ଧରି ତୁଣ୍ଡରେ ଶିବ ମନ୍ତ୍ର କହିବା ସହିତ ଆସିଥିବା ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶିବ ଭଜନ ପକାଇ ନିଜକୁ ଶିବ ଭକ୍ତିରେ ଲୀନ ହୋଇ ଜଳାଭିଷେକ କରିଥିଲେ ।
ବ୍ଲକ ସମସ୍ତ ଶିବମନ୍ଦିରରେ ବୋଲବମ ଧାରୀ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି ।ଉକ୍ତ ବ୍ଲକରେ ସବୁ ସ୍ଥାନରେ ଶିବ ମନ୍ତ୍ର ଶୁଣିବାକୁ ମିଳୁଛି । ଏହି ଅବସରରେ ଦେବଗିରି କ୍ରାନ୍ତିକାରୀ ଆଶ୍ରମ ତରଫରୁ  ଦେବଗିରି ଧାମରେ ଆଶ୍ରୟ ନେଇଥିବା ଶିବ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରିଥିଲେ । ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ନିଜେ ରୋଷେଇ ସାମଗ୍ରୀ ଆଣି ଶିବଙ୍କ ମସ୍ତକରେ ଜଳାଭିଷେକ କରିବା ପରେ ଭୋଜନ ପ୍ରସ୍ତୁତ କରି ସେବନ କରିଥାନ୍ତି । ଭକ୍ତ ମାନେ ଦେବଗିରି ଚତୁଃପାର୍ଶ୍ବ ଓ ପାହାଡ଼ରେ ଥିବା ମୋନଲଭା ଦୃଶ୍ୟ ପରିଦର୍ଶନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories