www.samajalive.in
Tuesday, December 9, 2025
16.1 C
Bhubaneswar

ବିନା କାଗଜପତ୍ର ରେ ଚାଲୁଛି ଶତାଧିକ ଗାଡି

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଞ୍ଚଳରେ ପରିବହନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ହଜାର ହଜାର ଗାଡି ମୋଟର ଏଠାରେ ଚଳାଚଳ କରୁଥିବାବେଳେ ଶତାଧିକ ଗାଡିର କାଗଜ ପତ୍ର ଠିକ ନଥିବାର ଅଭିଯୋଗ ହେଉଛି । ଏପରିକି ଫିଟନେସ ପ୍ରମାଣପତ୍ର, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଗାଡିର ବୀମା ଆଦି ନଥିବା ଅଭିଯୋଗ ହେଉଛି ।ଏଥିସହ ପରିବହନ ବିଭାଗ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଅଧିକାଂଶ ଗାଡି ମାଲ ,ଯାତ୍ରୀ ପରିବହନ ,ଗୋରୁ ବୋହିବା ,  ଚୋରା ମାଙ୍କଡ଼ା ପଥର ଚାଲାଣ ଏବଂ ଏପରିକି ବିଭିନ୍ନ ପ୍ରାଇଭେଟ ସ୍କୁଲ ମାନଙ୍କରେ ଲଗାଇ ବେଆଇନ ଭାବେ ପିଲା ମାନଙ୍କୁ ନେବା ଆଣିବା କରୁଛନ୍ତି ।ବିପଦ ସଂକୁଳ ଭାବେ କେତେକ ଗାଡି ଯାତ୍ରୀ ପରିବହନ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଅପରପକ୍ଷେ ମାଲବାହୀ ଗାଡି ଗୁଡିକ ଧାର୍ଯ୍ୟ ନିୟମକୁ ଉଲ୍ଲଂଘନ କରି ଦ୍ରୁତ ଗତିରେ ଗାଡି ଚଳାଇ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏପରିକି ନିର୍ଦ୍ଧାରିତ ସାମଗ୍ରୀ ପରିବହନ ଠାରୁ ଅତ୍ୟଧିକ ମାଲ ପରିବହନ କରୁଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ବେଗୁନିଆ ଅଞ୍ଚଳରେ ଚାଲୁଥିବା କେତେକ ଗାଡି ଗୁଡିକର ଟାୟାର, ଲାଇଟ ଏବଂ ଡାଲା ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହିଥିବାବେଳେ ପଛରେ ଆସୁଥିବା ଗାଡି ପ୍ରତି ବିପଦ ସୃଷ୍ଟି କରୁଛି ।ଅଧିକାଂଶ ଛୋଟ ଗାଡ଼ିରେ ଅତ୍ୟଧିକ ମାଲ ପରିବହନ ହେଉଥିବାବେଳେ ବିଭିନ୍ନ ସମୟରେ ଏହି ଗାଡ଼ିରେ ମଧ୍ୟ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳୁଛି । ମାଲବାହୀ ଡ଼ାଲାରେ ପ୍ରତେହ ଯାତ୍ରୀ ପରିବହନ କରାଯାଉଥିବା ବେଳେ ଯାତ୍ରୀବାହୀ ବସ ଗୁଡିକରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ପରିବହନ କରାଯାଉଛି ।
ବସର ଛାତ ଉପରେ ବିପଦ ସଂକୁଳ ଭାବେ ଯାତ୍ରୀମାନଙ୍କୁ ପରିବହନ କରାଯାଉଥିବା ଦେଖିବାକୁ ମିଳୁଛି । ଏହିସବୁ ଗାଡି ଗୁଡିକ ଉପରେ ପରିବହନ ବିଭାଗ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ କଣ ପାଇଁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଗାଡିର କାଗଜପତ୍ର ଠିକ ନଥାଇ ସେହି ଗାଡ଼ିରେ ଗୋ ଚାଲାଣ କରାଯାଉଛି । ଏପରିକି   ଗାଡିର କାଗଜପତ୍ର ଠିକ ନଥାଇ ସେହି ଗାଡି ଗୁଡିକରେ ଏ ଅଞ୍ଚଳରେ ଥିବା ଶହ ଶହ ବେଆଇନ ମାଙ୍କଡ଼ାପଥର ଖଣିରୁ ପଥର ଚୋରା ଚାଲାଣ ହେଉଛି । କାଁ ଭାଁ କେଉଁଠି ରାସ୍ତା ଉପରେ ପଥର ବୋଝେଇ ଟ୍ରକ ଧରାପଡିଲେ ଗାଡିକୁ ଅଧିକାରୀମାନେ ନିଜ ହେପାଜତକୁ ଆଣି ୨୫/୩୦ହଜାର ଟଙ୍କା ଜୋରିମାନା କରୁଛନ୍ତି ।
ପୁଣି ମାଲିକ ମାନେ ସେହି ଗାଡି ଗୁଡିକ ରିଲିଜ କରି ନେଇ ଚୋରା ପଥର ଚାଲାଣ ରେ ଲଗାଇ ଦେଉଛନ୍ତି । ପଥର ମାଫିଆ ମାନେ ଦେଉଥିବା ଜରିମାନା ଅର୍ଥ କିପରି ଉଠାଇବେ ସେଥିପାଇଁ ସେମାନେ ଦିନ ରାତି ଏକାକାର କରି ପଥର ଚୋରା ଚାଲାଣ କରୁଛନ୍ତି । ସେମାନଙ୍କ ଠାରୁ ଯେଉଁ ଜରିମାନା ଏବଂ ରେଡ଼କ୍ରସ  କଟାଯାଉଛି ସେଥିରୁ ସିଂହଭାଗ କର୍ମଚାରୀ ମାନଙ୍କର ଭାଗ ବଣ୍ଟାରେ ଯାଉଥିବାବେଳେ ଉଚ୍ଚ ଅଧିକାରୀଙ୍କ ଜାଣିବା ପାଇଁ ସେଥିରୁ କିଛି ଅର୍ଥ ସରକାରୀ ତହବିଲକୁ ଯାଉଥିବାର ଜଣାପଡିଛି । ଅର୍ଥ ଦେଣନେଣ ତୁଟିବା ପରେ ଗାଡି କାଗଜପତ୍ର ଠିକ ନଥିଲେ ମଧ୍ୟ ଅଧିକାରୀମାନେ ଗାଡିଗୁଡିକ ଛାଡି ଦେଉଛନ୍ତି  । ଏପରିକି କାଗଜ ପତ୍ର ନଥିବା ଗାଡି ଗୁଡିକ ମଧ୍ୟ ମାସିକିଆ ଦେଇ ନିର୍ଦ୍ୱନ୍ଦରେ ଗାଡି ଚଳାଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories