www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁର, ଝରିଗାଁ ଓ ଚାନ୍ଦାହାଣ୍ଡି ବ୍ଲକର ସରପଞ୍ଚମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ଡିପିଆରସି ସଭାଗୃହ ଠାରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ। ପ୍ରଶାସନ ପକ୍ଷରୁ ଜିଲ।ର ନବରଙ୍ଗପୁର, ଝରିଗାଁ ଓ ଚାନ୍ଦାହାଣ୍ଡି ବ୍ଳକର ୫୦ଜଣ ସରପଞ୍ଚମାନଙ୍କ ନିମନ୍ତେ ଚାଲିଥିବା ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିରର ଶୁକ୍ରବାର ଉଦଯାପିତ ହୋଇଛି । ଏହି ୫ ଦିନିଆ ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ସନ୍ତୋଷ ଷଡ଼ଙ୍ଗୀ ଓ ଅନିଲ ଦୀନବନ୍ଧୁଙ୍କ ସହିତ ଜିଲ୍ଲାର କୃଷି, ମତ୍ସ୍ୟ ସମ୍ପଦ, ପ୍ରାଣୀ ସମ୍ପଦ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, କ୍ରୀଡା ବିଭାଗର ଅଧିକାରମାନେ ନିଜ ନିଜ ବିଭାଗର ଯୋଜନା ଉପରେ ସରପଞ୍ଚମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

ସରପଞ୍ଚ ମାନେ ତାଲିମ ସହିତ ନନ୍ଦହାଣ୍ଡି ବ୍ଲକର ସିନ୍ଧିଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରିଥିଲେ । ନବରଙ୍ଗପୁର ଜିଲ।ପାଳ ଡ଼ଃ କମଳଲୋଚନ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିର।ମ ନାୟକ, ଜିଲ। ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କ ଉପସ୍ଥିତରେ ଗତ ସୋମବାର ଦିନ ପ୍ରଶିକ୍ଷଣ ଶିବିରକୁ ଶୁଭାରମ୍ଭ କରାଯାଇଥିବା ବେଳେ ଶୁକ୍ରବାର ଦିନ ମଧ୍ୟ ଉଦଯାପନୀ ଦିବସରେ ଜିଲ।ପାଳ ଡ଼ଃ.ମିଶ୍ର, ଜିଲ। ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଶ୍ରୀ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

- Advertisement -

ସରପଞ୍ଚ ମାନେ ମଧ୍ୟ ଉପସ୍ଥିତି ରେ ଜିଲ।ପାଳ ଡ଼ଃ ମିଶ୍ର ଓ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ସନ୍ତୋଷ ଷଡ଼ଙ୍ଗୀ ଓ ଅନିଲ ଦୀନବନ୍ଧୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନବରଙ୍ଗପୁର ଜିଲ। ପରିଷଦର ଏପିଡି (ଟ୍ରେନିଂ) ଧର୍ମନାରାୟଣ ସାହୁ, ଜିଲ। ପରିଷଦର ପ୍ରୋଗ୍ରାମ ଅଫିସର ରାଜେଶ ପଟ୍ଟନାୟକ, ଡିପିଆରସିର ଫାକୁଆଲ୍ଟି ସରିତା ପାଣି, ସୋପାର୍ଟ ଷ୍ଟାଫ ଦିନେଶ ମିଶ୍ର ପ୍ରମୁଖ କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories