www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମ ଦିନିକିଆ : ଭାରତର ରୋମାଞ୍ଚକର ବିଜୟ

ପୋର୍ଟ ଅଫ ସ୍ପେନ : ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ପୋର୍ଟ ଅଫ ସ୍ପେନର କୁଇନ୍ସ ପାର୍କରେ ଶୁକ୍ରବାର ମ୍ୟାଚରେ ଭାରତ ୩ରନରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି।୩ ମ୍ୟାଚବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି। ରବିବାର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ।
ଶିଖର ଧାୱନ, ଶୁବମାନ ଗିଲ୍‌ ଓ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦୮ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‌ କାଏଲ ମେୟର୍ସ ଓ ବ୍ରାଣ୍ଡେନ କିଙ୍ଗ୍‌ଙ୍କ ଅର୍ଦ୍ଧଶତକ ପରେ ଅକେଲ ହୋସେନ ଓ ରୋମାରିଓ ସେଫର୍ଡଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ୫୦ ଓଭରରେ ୬ ୱିକେଟ ହରାଇ ୩୦୫ରନ କରିବାକୁ ସକ୍ଷମ ହୋଇଥିଲା। କାଏଲ ମେୟର୍ସ ସର୍ବାଧିକ ୭୫ରନ କରିଥିବାବେଳେ ବ୍ରାଣ୍ଡେନ କିଙ୍ଗ୍‌ ୫୪,ସାମ୍‌ସ ବ୍ରୁକ୍ସ ୪୬ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନ​‌ାୟକ ନିକୋଲାସ ପୁରନ ୨୫ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ସାର୍ଦୁଳ, ସିରାଜ ଓ ଯୁଜୁବେନ୍ଦ୍ର ଚହଲ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।
ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ନିକୋଲାସ ପୁରନ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ଶୁବମାନ ଗିଲ୍‌ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ତଥା ଜୀବନର ୩ୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଶୁବମାନ ସୁଯୋଗର ସଦୁପଯୋଗ କରିଥିଲେ। ଶୁବମାନ ଦ୍ରୁତଗତିରେ ରନ କରି ୩୬ଟି ବଲରୁ ଜୀବନର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପଟେ ଧାୱନ ମଧ୍ୟ ୫୩ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ପ୍ରଥମ ୱିକେଟ ଯୋଡ଼ିରେ ୧୦୬ଟି ବଲରୁ ୧୧୯ରନ ସଂଗ୍ରହ କରିଥିଲେ। ଶୁବମାନ ୫୩ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହ ୬୪ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍‌ ହୋଇଥିଲେ। ଧାୱନ ଓ ଶ୍ରେୟାସ ଆୟର ଦ୍ବିତୀୟ ୱିକେଟ ଯୋଡ଼ିରେ ୯୪ରନ ସଂଗ୍ରହ କରିଥିଲେ। ସ୍କୋର ୨୧୩ରନ ଥିବାବେଳେ ଧାୱନ ୯୯ଟି ବଲରୁ ୧୦ଟି ଚୌକା ଓ ୩ଟି ଛକା ସହ ୯୭ରନ କରି ଆଉଟ୍‌ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ୩ୟ ୱିକେଟ ପାଇଁ ମାତ୍ର ୧୭ରନ ଯୋଗ କରିଥିଲେ। ୨୩୦ରନ ସ୍କୋର ଥିବାବେଳେ ଶ୍ରେୟାସ ୫୭ଟି ବଲରୁ ୫ଟି ଚୌକା ୨ଟି ଛକା ସହ ୫୪ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ୧୩ ଓ ସଞ୍ଜୁ ସାମସନ ମାତ୍ର ୧୨ରନ କରି ଆଉଟ୍‌ ହୋଇଥିଲେ। ​ଦୀପକ ହୁଡା ଓ ଅକ୍ଷର ପଟେଲଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ବଳରେ ଭାରତ ୫୦ ଓଭରରେ ୭ୱିକେଟ ହରାଇ ୩୦୮ରନ କରିବାକୁ ସକ୍ଷମ ହୋଇଥିଲା। ଅକ୍ଷର ୨୧ଟି ବଲରୁ ୨୧ ଓ ହୁଡା ୩୨ଟି ବଲରୁ ୨୭ରନ କରି ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଗୁଡାକେଶ ମୋତି ଓ ଆଲଜାରି ଜୋଶେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories