www.samajalive.in
Monday, December 8, 2025
20.1 C
Bhubaneswar

ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁଁ ରେଳବାଇର କ୍ଷତି ୨୫୯ କୋଟି

ଡେସ୍କ: ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଂଗ୍ରେସ ନେତା ଆଜି ରାଜ୍ୟସଭାରେ ସାଂସଦ ଅଖିଳେଶ ପ୍ରସାଦ ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତରରେମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଜନତାଙ୍କ ବିଶୃଙ୍ଖଳା କାରଣରୁ ରେଳ ସେବା ବ୍ୟାହତ ହେତୁ ଯାତ୍ରୀଙ୍କୁ ଦିଆଯାଇଥିବା ଫେରସ୍ତ ପରିମାଣ ବିଷୟରେ ଏକ ପୃଥକ ତଥ୍ୟ ଅନୁଯାୟୀ ୨୦୨୨ ଜୁନ୍ ୧୪ରୁ ୩୦ ମଧ୍ୟରେ ଟ୍ରେନ୍ ବାତିଲ ହେତୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।

ଅନ୍ୟପକ୍ଷରେ ଅପରାଧ ରୋକିବା, ଚିହ୍ନଟ, ପଞ୍ଜୀକରଣ ଏବଂ ଅନୁସନ୍ଧାନ ତଥା ରେଳବାଇରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳ ସମ୍ପତ୍ତି, ଯାତ୍ରୀଙ୍କୁ ଉନ୍ନତ ସୁରକ୍ଷା ଯୋଗାଇବା ଏବଂ ଏହା ସହ ଜଡିତ ବିଷୟଗୁଡିକ ପାଇଁ ରେଳ ସୁରକ୍ଷା ବଳ ଓ ଜିଲ୍ଲା ପୁଲିସ ରହିଛି। ରେଳ ସମ୍ପତ୍ତି ସମେତ ସରକାରୀ ସମ୍ପତ୍ତି ନଷ୍ଟ, ଆଇପିସି ଏବଂ ରେଳ ଅଧିନିୟମ ଅନୁଯାୟୀ ସମ୍ପୃକ୍ତ ରେଳ ସୁରକ୍ଷା ବଳ ଏବଂ ରାଜ୍ୟ ପୁଲିସ ଦ୍ୱାରା ପଞ୍ଜିକୃତ କରାଯାଇ ଅନୁସନ୍ଧାନ କରାଯାଇଛି। ସେ ସମୟରେ ଟ୍ରେନରେ ନିଆଁ ଲଗାଯିବା ସହ ସରକାରୀ ତଥା ବେସରକାରୀ ଯାନ ଉପରେ ଆକ୍ରମଣ କରାଯାଇଥିଲା ଓ ରେଳ ଷ୍ଟେସନ ଏବଂ ରାଜପଥ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories