www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା-ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଳୀ: ଶୁକ୍ରବାର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ତାନାଜୀ’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ‘ଶୋରାରାଇ ପୋଟ୍ଟ୍ରୁ’ ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବାବେଳେ ‘ଶୋରାରାଇ ପୋଟ୍ଟ୍ରୁ’ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିବା ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ‘ଶୋରାରାଇ ପୋଟ୍ଟ୍ରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା, ‘ଶୋରାରାଇ ପୋଟ୍ଟ୍ରୁ’ ପାଇଁ ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ବିଶାଲ ଭରଦ୍ବାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ସମେତ ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚନା ବିବେଚନା କରାଯାଇଛି। ବିଜୁ ମେନନ ଶ୍ରେଷ୍ଠ ସହଅଭିନେତା ଏବଂ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଳୀ ଶ୍ରେଷ୍ଠ ସହ ଅଭିନେତ୍ରୀ। ଶ୍ରେଷ୍ଠ ସ୍କ୍ରିନ ପ୍ଲେ- ଶୋରାରାଇ ପୋଟ୍ଟ୍ରୁ, ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ତୁଲସି ଦାସ ଜୁନିୟର, ଶ୍ରେଷ୍ଠ ଗୀତିକାର – ମନୋଜ ମୁମତାଶିରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ବାଜିମାତ କରିଛନ୍ତି ଓଡ଼ିଶାର ସୂର୍ଯ୍ୟ ଦେଓ। ତାଙ୍କର ‘କାଲି ପାଇଁ କାଲିର ସିନେମା’ ବହି ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ସୂର୍ଯ୍ୟ ଦେଓଙ୍କ ଲିଖିତ ବହି ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ ଅନ ସିନେମା(ସ୍ପେଶାଲ ମେନସନ) ପାଇଁ ପୁରସ୍କାର ଘୋଷଣା ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories