ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ଟସ୍ ଜିତି ଫିଲ୍ଡ କରିବାକୁ ୱେଷ୍ଟଇଣ୍ଡିଜର ନିଷ୍ପତ୍ତି

ଡେସ୍କ: ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ୍ ପୁରାନ୍ ଟସ୍ ଜିତି ଆଜି କ୍ୱିନସ ପାର୍କ ଓଭାଲରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ବିପକ୍ଷରେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଚଳିତ ବର୍ଷ ଶିଖର ଧୱନ ସପ୍ତମ ଅଧିନାୟକ ହୋଇଥିଲେ। ଆଣ୍ଠୁରେ ଆଘାତ ଲାଗିବା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାଦ୍ ଦିଆଯାଇଛି।

ଟିମ୍ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ତାଙ୍କୁ ବାଦ ଦିଆଯାଇଛି। ବିସିସିଆଇ ମେଡିକାଲ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ଏବଂ ତୃତୀୟ ଦିନିକିଆରେ ସେ ଦଳରେ ସାମିଲ ହେବେ କି ନାହିଁ ବିସିସିଆଇ ନିଷ୍ପତ୍ତି ନେବ।

Comments are closed.