www.samajalive.in
Thursday, December 11, 2025
26.1 C
Bhubaneswar

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କମ୍ପାନୀ ପକ୍ଷରୁ ରେଙ୍ଗାଲି ସ୍ଥିତ ପଣ୍ଡା କମ୍ପ୍ଲେକ୍ସରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମହେନ୍ଦ୍ର ବାଘ ଓ ସିଏସଆର ମୁଖ୍ୟ ଶ୍ଵେତା ଉପାଧ୍ୟାୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିବିର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ନେହାରାଣୀ ପାତ୍ର ଓ ଗୋପାଳ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ସଭାରେ ସମସ୍ତ ପଂଚାୟତରୁ ଚିହ୍ନଟ ହୋଇଥିବା ୩୬ ଜଣ ମୋତିଆବିନ୍ଧୁ ରୋଗୀଙ୍କୁ ଜମାଦାରପାଲିକୁ ପଠାଯାଇଥିଲା। ଏହା ପୂର୍ବରୁ ୧୨ ଜଣ ରୋଗୀଙ୍କୁ ମଧ୍ୟ ଉପଚାର ପାଇଁ ପଠାଯାଇଥିଲା। ସଭାରେ ମୁଖ୍ୟ ଅତିଥିମାନେ ଉଦବୋଧନ ଦେଇ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ କିପରି ବ୍ଲକର ସମସ୍ତ କୋଣ ଅନୁକୋଣରେ ପହଞ୍ଚାଇ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଆସିଥିବା ସମସ୍ତ ମୋତିଆବିନ୍ଦୁ ରୋଗୀଙ୍କୁ ଆଦିତ୍ୟ ଆଲୁମିନିୟମ ତରଫରୁ ଛତା ଉପହାର ସ୍ୱରୂପ ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ମନୋରଞ୍ଜନ ବେହରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଭିଜନ ସେଣ୍ଟରର କର୍ମକର୍ତ୍ତା ସହଯୋଗ କରିଥିଲେ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories