ରେଙ୍ଗାଲି: କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ଗଣ୍ଡାକୋନା ଗ୍ରାମର ଦୁତିଆ ରହନା (୩୫) ନାମକ ଜନୈକ ଯୁବକ ଗତକାଲି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସିଯିବା ଫଳରେ ପାଣିରେ ବୁଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଲଇଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସଂଜ୍ଞାହୀନ ଥିବା ଦୁତିଆକୁ ଡାକ୍ତର ମୃତ ଘୋଷଣା କରିଥିଲେ। କତରବଗା ଥାନାରେ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପଞ୍ଚନାମା କଲାପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା।
Popular Categories



