www.samajalive.in
Tuesday, December 9, 2025
17.1 C
Bhubaneswar

୨୦୨୩ ସେପ୍ଟେମ୍ବରରେ ଚୀନ୍‌ରେ ଏସୀୟ କ୍ରୀଡ଼ା

କୁଏତ ସିଟି: ଚୀନ୍‌ ୨୦୨୩ ଏସୀୟ କ୍ରୀଡ଼ା ଆୟୋଜନ କରିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କରୋନା ପାଇଁ ୨୦୨୨ ହାଙ୍ଗଝାଓ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରି ଦିଆ ଯାଇଥିଲା। ଉକ୍ତ ପ୍ରତିଯୋଗିତା ୨୦୨୩ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଅଲିମ୍ପିକ୍‌ସ କାଉନସିଲ ଅଫ ଏସିଆ ପକ୍ଷରୁ ଘୋଷଣା କରାଯାଇଛି। ଏସୀୟ କ୍ରୀଡ଼ା -୨୦୨୨ ସେପ୍ଟେମ୍ବରରେ ଆୟୋଜିତ ହେବାର ଥିଲା। ଚୀନରେ କରୋନା ସଂକ୍ରମଣ ବଢିବା ପରେ ଆୟୋଜକଙ୍କ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରି ଦିଆ ଯାଇଥିଲା। ଚୀନର ବଡ ସହର ସାଙ୍ଘାଇରୁ ଏସୀୟ କ୍ରୀଡ଼ା ଆୟୋଜିତ ହେବାକୁ ଥିବା ହାଙ୍ଗଝାଓ ୨୦୦ କିଲୋମିଟର ଦୂରତ୍ବ। ଦେଶରେ କରୋନା ସଂକ୍ରମିତ ବୃଦ୍ଧି ପାଇବା ନେଇ ଶାସକ କମ୍ୟୁନିଷ୍ଟ ଦଳ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରିବାକୁ ଦାବି କରା ଯାଇଥିଲା। ଶେଷରେ ଆୟୋଜକଙ୍କ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ ରଖା ଯାଇଥିଲା । ଏସୀୟ କ୍ରୀଡ଼ାରେ ଏସୀୟ ରାଷ୍ଟ୍ରରୁ ୧୦ ହଜାର ଖେଳାଳି ଅଂଶଗ୍ରହଣ କରିବେ। ଚେଙ୍ଗଡୁରେ ଗତ ଜୁନ୍‌ରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବାର ଥିଲା। କରୋନା ପାଇଁ ଉକ୍ତ ପ୍ରତିଯୋଗିତାକୁ ମଧ୍ୟ ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories