www.samajalive.in
Saturday, December 6, 2025
16.1 C
Bhubaneswar

ଜଷ୍ଟିସ୍‌ ବିନୀତ ଶରଣ ବିସିସିଆଇର ନୈତିକତା ଅଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିନୀତ ଶରଣ ବିସିସିଆଇର ନୈତିକତା ଅଧିକାରୀ (ଏଥିକ୍‌ସ ଅଫିସର) ଓ ଅମ୍ବୁଡ୍‌ସମ୍ୟାନ୍‌ ନିଯୁକ୍ତ ହୋଇଛନ୍ତି। ଗତମାସରେ ଜଷ୍ଟିସ୍‌ ଶରଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ ପ୍ରକାଶ। ଜଷ୍ଟିସ୍ ଶରଣ ଉଭୟ ପଦରେ କାମକରିବେ। ପୂର୍ବରୁ ଜଷ୍ଟିସ୍ ଡି.କେ. ଜୈନ୍‌ ବିସିସିଆଇର ଏଥିକ୍‌ସ ଅଫିସର ଥିଲେ। ହେଲେ ଗତବର୍ଷ ଜୁନ୍‌ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେଣୁ ବର୍ଷେ ହେଲା ବିସିସିଆଇର ଏଥିକ୍‌ସ ଅଫିସର ଓ ଅମ୍ବୁଡ୍‌ସମ୍ୟାନ୍‌ ପଦ ଖାଲି ପଡ଼ିଥିଲା। ୬୫ ବର୍ଷ ବୟସ୍କ ଜଷ୍ଟିସ୍‌ ବିନୀତ ଶରଣ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ। ଏହା ପୂର୍ବରୁ ସେ କର୍ଣ୍ଣାଟକ ଓ ଆଲ୍‌ହାବାଦ୍‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଜଷ୍ଟିସ୍‌ ଶରଣଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଗତମାସରେ ମୁଁ ବିସିସିଆଇର ଦାୟିତ୍ବ ନେଇଛି। ହେଲେ ଅଦ୍ୟାବଧି କୌଣସି ରାୟ ଦେଇନାହିଁ।

ଗୁରୁବାର ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ବସିବ। ୨୦୨୨ ଆଇପିଏଲ୍‌ର ସଫଳତା ପରେ ୨୦୨୩ ପରଠାରୁ ଘରୋଇ ଟିଭି ପ୍ରସାରଣ ଅଧିକାର ପ୍ରଦାନ କରିବା ନେଇ ଏଥିରେ ଆଲୋଚନା ହେବ। ପୁଣି ଚଳିତବର୍ଷଠାରୁ ସମ୍ପୂର୍ଣ୍ଣ ଘରୋଇ କ୍ରିକେଟ୍‌ ଋତୁ ଆୟୋଜନ ନେଇ ମଧ୍ୟ ଆପେକ୍ସ କାଉନ୍‌ସିଲ ବୈଠକରେ ଆଲୋଚନା ହେବ। ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସମସ୍ତ ଆପେକ୍ସ କାଉନ୍‌ସିଲ ବୈଠକ ଆଭାସୀ ମାଧ୍ୟମରେ ହେଉଥିଲା। ହେଲେ ଗୁରୁବାର ଆପେକ୍ସ କାଉନ୍‌ସିଲର ସମସ୍ତ ସଦସ୍ୟ ମୁମ୍ବଇର ବିସିସିଆଇ ମୁଖ୍ୟାଳୟ​‌େ​‌ର ହେବାକୁ ଥିବା ବୈଠକରେ ଯୋଗଦେବେ। ଏବେ ଭାରତରେ ହେଉଥିବା ଆନ୍ତର୍ଜାତିକ କ୍ରିକେଟ୍‌ର ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍‌ ସ୍ପୋର୍ଟସ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୬୧୩୮.୧ କୋଟି ଟଙ୍କା ପ୍ରଦାନ କରିଥିଲା। ହେଲେ ଆଇପିଏଲ୍‌ର ପ୍ରସାରଣ ଅଧିକାରରୁ ବିସିସିଆଇ ୪୮୩୯୦ କୋଟି ଟଙ୍କା ପାଇଥିବା ବେଳେ ଆନ୍ତର୍ଜାତିକ ମ୍ୟାଚ୍‌ ପ୍ରସାରଣ ଅଧିକାର ପାଇଁ ଏହାଠାରୁ ବହୁତ ଅଧିକ ଅର୍ଥ ପାଇବା ନିଶ୍ଚିତ। କୋଭିଡ୍‌-୧୯ ଯୋଗୁଁ ୨୦୨୦-୨୧ର ରଣଜୀ ଟ୍ରଫି ବାତିଲ ହୋଇଥିବା ବେଳେ ୨୦୨୧-୨୨ ରଣଜୀ ଟ୍ରଫିରେ ପ୍ରତି ଦଳ ମାତ୍ର ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବାକୁ ପାଇଥିଲେ। ତେବେ କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଏବଂ ଜୈବ ନିରାପତ୍ତା ବଳୟ ଆଉ ନଥିବାରୁ ଆସନ୍ତା ଋତୁରୁ ପୂର୍ବ ଢାଞ୍ଚାରେ ରଣଜୀ ଟ୍ରଫି ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି। ପୁଣି ବୈଠକରେ ପୂର୍ବତନ କ୍ରିକେଟରଙ୍କ ପେନ୍‌ସନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories