ମସୁଦ ଆଜହର ଅସୁସ୍ଥ
ନୂଆଦିଲ୍ଲୀ: ପାକିସ୍ତାନର ପ୍ରମୁଖ ଆତଙ୍କବାଦୀ ସଂଗଠନ ତଥା ଭାରତର ଆତଙ୍କବାଦୀ ତାଲିକାର ପ୍ରଥମ ସ୍ଥାନ ମଣ୍ଡିତ କରୁଥିବା ମସୁଦ ଆଜହର ପ୍ରାଣଘାତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜୈଶ ଏ ମହମ୍ମଦର ମୁଖିଆ ମସୁଦ ଆଜହରଙ୍କ ଅସୁସ୍ଥତା ହେତୁ ଚିକିତ୍ସାରତ ଡାକ୍ତର ତାଙ୍କୁ ଶୋଇ ରହିବାକୁ ପରାମର୍ଶ ଦେଇଛନ୍ତି। ମସୁଦଙ୍କ ସଂଗଠନ ଦାୟିତ୍ୱ ତାଙ୍କ ଭାଇ ରଉଫ ଅସଗର ଓ ଅତହର ଇବ୍ରାହିମଙ୍କୁ ପ୍ରଦାନ କରାଯାଇଛି। ରଉଫ ଓ ଅତହର ମୁଖ୍ୟତଃ ଭାରତ ଓ ଆଫଗାନିସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଦାୟିତ୍ୱରେ ଅଛନ୍ତି।ପ୍ରାଣଘାତି ରୋଗରେ ମସୁଦ(୫୦)ଙ୍କ ମେରୁଦଣ୍ଡ ଓ କିଡ଼ନୀ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ରାବଲପିଣ୍ଡୀ କମ୍ବାଇନ ମିଲିଟାରୀ ଡାକ୍ତରଖାନାରେ ମସୁଦଙ୍କ ଚିକିତ୍ସା କରାଯାଇ ଥିଲା। ଚିକିତ୍ସାରତ ଡାକ୍ତର ତାଙ୍କୁ ଦେଢ ବର୍ଷ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।